ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଗୁରୁବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଆଜି ମଧ୍ୟାନ୍ନରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଅମରସିଂ ଗୌଡ ଙ୍କ ଘର ଉପରେ ଚଢାଉ କରିଥିଲେ | ତାଙ୍କ ଯାଞ୍ଚ କରିବା ପରେ ତାଙ୍କ ଘର ପଛ ପଟେ ଥିବା ଦେଶୀ ମଦ କୁ ଅବକାରୀ ବିଭାଗ ଜବତ କରିଥିଲେ | ମଦ ଜବତ କରିବା ପରେ ଅମରସିଂ ଗୌଡ (୨୫) କୁ ଗିରଫ କରିଥିଲେ | ତାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିଛି | ଅପରାହ୍ନରେ ଅଭିଯୁକ୍ତ ଅମରସିଂ ଗୌଡଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୬/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି |