ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ସୋମବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ମୋହନ କୁମ୍ଭାର ଚୋରା ମଦ ବିକ୍ରି କରିବା ଉଦେଶ୍ୟରେ ଏକ ପ୍ଲାଷ୍ଟିକ ଡବାରେ ଧରି ଡ଼ଙ୍ଗରିଗୁଡା ଛକ ରେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ସନ୍ଦେହ କରି ଧରି ଉକ୍ତ ଡବା ଖୋଲି ଦେଖିଥିଲେ ଯେ ସେହି ଡବାରେ ଦେଶୀ ମଦ ରହିଛି ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀ ମାନେ ତାଙ୍କୁ ଗିରଫ କରିଥିଲେ | ତାଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଜବତ କରିଛି | ଅପରାହ୍ନରେ ମୋହନ କୁମ୍ଭାରଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୪/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଏଏସଆଇ ସୁରେନ୍ଦ୍ର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ଚଢାଉରେ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l