ଦେଶୀ ମଦଭାଟି ଉଛେଦ ପାଇଁ ସ୍ୱର ଉଠାଇଲେ ପଂଚାୟତବାସୀ

22

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲାର ବଣ ପାହାଡଘେରା ହରଭଂଗା ବ୍ଲକର ତଳଗାଁ ପଂଚାୟତରେ ଗତ ୨୦୧୦/୨୦୧୧ମସିହାହାରେ ସରକାରଂକ ଦ୍ବାରା ଦେଶି ମଦଭାଟି ଚାଲିଥିଲା l ସେହି ମଦ ପିଇ ୬ମାସ ମଧ୍ୟରେ ଗୁଡାଏ ଲୋକ ପ୍ରାଣ ହରାଇଥିଲେ । ତତ୍ ପରେ ପଂଚାୟତର ସମସ୍ତ ମହିଳା ପୁରୁଷ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନକୁଗୁହାରୀକରି ଶେଷରେ ହଜାର ହଜାର ସଂଖ୍ଯା ରେ ମହିଳା ପୁରୁଷ ୫୭ନମ୍ବର ଜାତୀୟ ରାଜପଥରେ ଦିନରାତି ଏକକରି ୩୬ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ସଂଗେ ସଂଗେ ଭାଟିକୁ ଉଛେଦ କରାଯାଇଥିଲା l ସେହିଦିନଠାରୁ ସେହି ରାସ୍ତା ରେ ଝିଅ ଭଉଣୀ ସାଧାରଣ ଜନତା ନିରାପଦରେ ଯିବା ଆସିବା କରୁଥିଲେ । ହେଲେ ବର୍ତ୍ତମାନ ପୁଣି ତଳଗାଁ ପଂଚାୟତର କଣ୍ଟିସର ଏରିଆରେ ଦେଶି ମହୁଲି ଭାଟି ହେବାପାଇଁ ସରପଂଚଙ୍କ ଅନୁମତିକ୍ରମେ ସରକାର ଏକ ଭାଟି ମଞ୍ଜୁର କରିଛନ୍ତି । ଏଣୁ ଉକ୍ତ ଭାଟିକୁ ବନ୍ଦ କରିବାପାଇଁ ଆଜି କଣ୍ଟିସରଓ୍ବାଡମେମ୍ବର ଶ୍ରୀମତୀ କାନ୍ତ ଲତା କହଁର, ନାରାୟଣ ମଲିକ, ଦୁର୍ଯ୍ୟୋଧନ ମଲିକ, ମଧୁସୁଦନ ମଲିକ, ଗୋପିନାଥ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଧନେଶ୍ଵର ଦେହୁରୀ, ପୁରସ୍ତମନାୟକ ଓ ପଂଚାୟତ ର ଅନ୍ୟ ଗ୍ରାମର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପାଳ ଓ ଜିଲ୍ଲା ଅବକାରୀଅଧିକାରୀଂକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି ଏଥିରେ ବିଚ୍ୟୁତି ହେଲେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇ ବା ପାଇଁ ବାଧ୍ଯ ହେବୁ ବୋଲି ଚେତାବନୀ ଦେଇଛନ୍ତି lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More