ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଆଜି କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ଚଡାଉ କରାଯାଇ ବହୁ ପରିମାଣରେ ଦେଶୀ ମଦ ଓ ପୋଚକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୧ ଜଣଙ୍କୁ ଗିରଫ କରାଯାଇଛି। କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବି ଏମ୍ ସେମଳା ଗ୍ରାମ ପଞ୍ଚାୟତ ର ବକ୍ଟା ଗୁଡା ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୭.୨୦୦ଲିଟର ଦେଶୀ ମଦ ଓ ପ୍ରାୟ ୩୫୦୦ ଲିଟର ମହୁଲ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇ ଥିଲା ଓ ବିଦେଶୀ ମଦ ୯.୭୫୦ ଲିଟର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଗ୍ରାମର ପଦ୍ମନ୍ ଗୌଡ, ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଡାଉ ରେ କୋଡ଼ିଙ୍ଗା ଅବକାରୀ ବିଭାଗର ଏସଆଇ ହରପ୍ରସାଦ ରଣା , ସଦାଶିବ ଭତ୍ରା , ଦେବେନ୍ଦ୍ର ସମରଥ , ରଞ୍ଜି ଯାନୀ ଓ କୋଡ଼ିଙ୍ଗା ପୋଲିସ ପ୍ରମୁଖ ସାମିଲ ଥିଲେ ।