ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ନେଇ ସମଗ୍ର ବାମନଘାଟୀ ଉପଖଣ୍ଡ ଉତ୍ସବ ମୁଖର

33

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ଆଜି ଭାରତବର୍ଷର ଏକ ଐତିହାସିକ ଦିନ ।ପ୍ରଥମ ଥର ପାଇଁ ଦେଶର ଜଣେ କମ ବୟସ୍କା ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।ସାରା ଦେଶ ଉଠୁଛି ପଡୁଛି ।ଏହାକୁ ନେଇ ଶ୍ରୀମତୀ ମୁର୍ମୁଙ୍କ ନିଜସ୍ବ ସହର ରାଇରଙ୍ଗପୁରସ୍ଥ ପିସିଏମ ଭବନ ,ବିଜାତଳା ବ୍ଲକର ବଡାମତଳିଆ,ଜାମଦା ବ୍ଲକର ବ୍ଲକ ପଡିଆ, ପୈତୃକ ଗ୍ରାମ ଉପରବେଡା, ଶଶୁର ଘର ଗ୍ରାମ ପାହାଡପୁର ସମେତ ରାଇରଙ୍ଗପୁର ଆଖ ପାଖ ଅଞ୍ଚଳରେ ଧୁମ୍ ଧାମରେ ନୃତ୍ୟ,ଗୀତ,ଢୋଲ,ମାଦଳ,ଆତବାଜୀରେ , ମିଷ୍ଟାନ୍ନ ବଣ୍ଟନରେ ଖୁସି ମନାଉଛନ୍ତି ଅଂଚଳବାସୀ ।ଜାତି,ଧର୍ମ,ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ମନାଉଛନ୍ତି। ମାଟି, ପାର୍ଟି ସବୁ ଏକାକାର ହୋଇଯାଇଛି । ସ୍କୁଲ ଛାତ୍ରଛାତ୍ରୀ,ଅଭିଭାବକ ମଧ୍ୟ ପଛରେ ପଡି ନାହାନ୍ତି । ବିଭିନ୍ନ ସ୍ଥାନରେ ଏଲ ଏଇ ଡ଼ି ମାଧ୍ୟମରେ ରାଷ୍ଟ୍ରପତି ସମାରୋହ ଉତ୍ସବ ପ୍ରଦର୍ଶିତ ହୋଇଥିଲା । ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ସମଗ୍ର ବାମନଘାଟୀ ଉପଖଣ୍ଡରେ ଏଭଳି ଅଦ୍ଭୁତପୂର୍ଣ ବିରଳ ଉତ୍ସବ କେବେ ଦେଖା ଯାଇ‌ନଥିଲା । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More