ଦେଶର ଏକତା ଓ ସଂହତିରେ ରାଷ୍ଟ୍ରଭାଷା ହିନ୍ଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଠିତ

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ହିନ୍ଦି ଶିକ୍ଷକ ସଂଘ ପକ୍ଷରୁ ଆଜି ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ହିନ୍ଦି ଦିବସ ସମାରୋହ-୨୦୨୨ ମହାସମାରୋହରେ ପାଳନ କରାଯାଇଛି।ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ,ସ୍ତମ୍ଭକାର ଅଧ୍ୟାପକ ହିଂମାଶୁ ଶେଖର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନଶିକ୍ଷକ ଶୁକଦେବ ସାହୁ,ମଣିଜଙ୍ଗା ସରକାରୀ ହାଇସ୍କୁଲ ସହକାରୀ ଶିକ୍ଷକ ଆଲୋକ କୁମାର ମହାପାତ୍ର ଯୋଗଦେଇଥିଲେ।ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ଆହ୍ୱାନରେ ମଣିଜଙ୍ଗା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଅଭୟ କୁମାର ନାୟକ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ହିନ୍ଦୀ ଶିକ୍ଷକ ରାମନାରାୟଣ ନାୟକ ଅତିଥି ପରିଚୟ ଓ ସଂଘର ସମ୍ପାଦକ ପ୍ରତାପ କୁମାର ରାଉତରାୟ ସମ୍ପାଦକୀୟ ବିବରଣୀ ସହ ହିନ୍ଦୀ ଶିକ୍ଷକଙ୍କ ସମାସ୍ୟା ଉତଥାପନ କରିଥିଲେ।ସେହିପରି ହିନ୍ଦୀ ଶିକ୍ଷକ-ଶିକ୍ଷୟିତ୍ରୀ ସର୍ବଶ୍ରୀ ତବସୁମ ଆରା,ସୁକାନ୍ତ କୁମାର ବାରିକ,କୃଷ୍ଣଚନ୍ଦ୍ର ଦାସ,ଅନ୍ତର୍ଯ୍ୟାମୀ ସ୍ୱାଇଁ,ପ୍ରଦୀପ କୁମାର ବାରିକ, ପ୍ରଶାନ୍ତ କୁମାର ପ୍ରଧାନ, ବାବାଜୀ ସାହୁ,ପ୍ରଦୀପ୍ତ କୁମାର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ହିନ୍ଦୀ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମ୍ରାଷ୍ଟ୍ରୀୟ ଭାଷା ହିନ୍ଦୀ ଓ ଆଦିଭାଷା ସଂସ୍କୃତକୁ ସରକାର ତୃତୀୟ ଭାଷା ରୁପେ ବିଦ୍ୟାଳୟରେ ସାମିଲ କରିଥିଲେ ମଧ୍ୟ ଏହାର ଅମର୍ଯ୍ୟାଦା କରାଯାଉଛି ବୋଲି ଅଭିଯୋଗ କରାଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଶିକ୍ଷାବିତ ହିଂମାଶୁ ଆଚାର୍ଯ୍ୟଙ୍କ ମତରେ ଦେଶର ଏକତା ଓ ସଂହତିରେ ରାଷ୍ଟ୍ରଭାଷା ହିନ୍ଦୀ ର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି।ସମଗ୍ର ବିଶ୍ୱରେ ହିନ୍ଦୀ ଭାଷା ତୃତୀୟ ବହୁଳ ବ୍ୟବହୃତ ଭାଷା।ରାଜ୍ୟ ସରକାର ହିନ୍ଦୀ ଭାଷାର ପ୍ରଚାର ପ୍ରସାର ସହ ବିଦ୍ୟାଳୟରେ କର୍ତ୍ତବ୍ୟରତ ହିନ୍ଦୀ ଶିକ୍ଷକ ମାନଙ୍କୁ ଅନ୍ୟ ଶିକ୍ଷକଙ୍କ ଭଳି ସମାନ ପଦମର୍ଯ୍ୟାଦା ଦିଅନ୍ତୁ ବୋଲି ଦାବି କରିଥିଲେ।ସଂଘର ସମ୍ପାଦକ ପ୍ରତାପ ରାଉତରାୟଙ୍କ ସମେତ ଅନେକ ବରିଷ୍ଠ ଶିକ୍ଷାବିତ କହିଥିଲେ ସରକାର ଓ ଗଣଶିକ୍ଷା ବିଭାଗ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦିଅନ୍ତୁ ମନାନାହିଁ ମାତ୍ର ସଂସ୍କୃତ ଓ ହିନ୍ଦୀ ଭାଷା ପାଇଁ ଆଉ ଶହେ ମାର୍କ କୋର୍ସ ଆଡ କରନ୍ତୁ ବୋଲି ଦାବି କରିଥିଲେ।ଏହି ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହରେ ଜଗତସିଂହପୁର ଜିଲ୍ଲାର ସମସ୍ତ ଆଠଟି ବ୍ଲକର ବିଦ୍ୟାଳୟରୁ ଶତାଧିକ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।ଏହି ଅବସରରେ ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା।ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ନୂତନ କମିଟି ସଭାପତି ଭାବେ ପ୍ରତାପ ଚନ୍ଦ୍ର ରାଉତରାୟ, ଉପସଭାପତି ବିଜ୍ଞାନ କୁମାର ବିଶ୍ୱାଳ,ସମ୍ପାଦକ-ପ୍ରଶାନ୍ତ କୁମାର ମହାପାତ୍ର, ଯୁଗ୍ମସମ୍ପାଦକ-ପ୍ରଦୀପ୍ତ କୁମାର ସ୍ୱାଇଁ, ସହସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ ଓ କୋଷାଧ୍ୟକ୍ଷ ଭାବେ ବାବାଜୀ ଚରଣ ସାହୁଙ୍କ ନାମ ଘୋଷଣା କରାଯାଇଥିଲା।କମିଟିର ଉପଦେଷ୍ଟା ଭାବେ ସର୍ବଶ୍ରୀ ସୁକାନ୍ତ କୁମାର ବାରିକ, ରାମନାରାୟଣ ନାୟକ,ରାଜେନ୍ଦ୍ର ପ୍ରସାଦ ରଥ,ବିଜୟ କୁମାର ମହାନ୍ତି ଓ ଅନୂସୟା ଜେନାଙ୍କୁ ରଖାଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।ଏହି ରାଷ୍ଟ୍ରିୟ ହିନ୍ଦୀ ଦିବସ ସମାରୋହ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅତିଥି ସତ୍କାର ସହ ସମାରୋହର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।
:

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More