ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

28

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : କଠୋର ଓ ଶଶକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ପାଲ୍ଯାର୍ମେଣ୍ଟରେ ପାରିତ କରିବା ନେଇ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଭଦ୍ରକ ଶାଖା ତରଫରୁ ଦାବି କରାଯାଇଛି । ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ଭାରତର ମାନ୍ୟବର ପ୍ରଧାନମାନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତବର୍ଷ ପାଇଁ ଜନସଂଖ୍ୟା ବୃଦ୍ଧି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ସହ ବହୁ ଅସୁବିଧା ସୃଷ୍ଠୀ କରୁଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବେକାରି ସମସ୍ୟା ସୃଷ୍ଠୀ ହେବା ସହ ପରିବେଶର ସନ୍ତୁଳନ ମଧ୍ୟ ବିଗୁଡୁଛି । ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରତିବର୍ଗ କିଲୋମିଟରରେ 411 ଜଣ ବସବାସ କରୁଛନ୍ତି । ତେଣୁ ଭାରତବର୍ଷରେ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ବିଲର ଆବଶ୍ୟକତା ରହିଥିବା ଫାଉଣ୍ଡେସନ ପକ୍ଷରୁ ଦାବି କରୁଛି । ଯେଉଁ ମାନେ ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବେ ସେମାନଙ୍କ ପାଇଁ ଏହି ବିଲରେ କଠୋର ଦଣ୍ଡ ଦେବାପାଇଁ ଆଇନ୍ ଆସିବା ଆବଶ୍ୟକ ବୋଲି କହିଛନ୍ତି । ତେବେ ଦେଶରେ ଦୁଇ ସନ୍ତାନ ନିୟମ ପ୍ରୟାଣ କରାଯିବା ଦାବିନେଇ ଫାଉଣ୍ଡେସନର ରାଜ୍ୟ ଉପାଧ୍ୟକ୍ଷ ପ୍ରଭାତ ଜେନା, ଜିଲ୍ଲା ସଭାପତି ପ୍ରତାପ ମହାନ୍ତି,ଅମରେଶ ନାୟକ, ସଚ୍ଚିଦାନନ୍ଦ ସାମଲ, ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More