ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ଦେଶରେ କରୋନା ସ୍ଥିତି ପାଇଁ ଲଡଡାଉନ ରହିଥିବା ବେଳେ ଖାଦ୍ୟ ନିରାପତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କୃଷକମାନଙ୍କ ପାଖରେ ଅର୍ଥର ସମସ୍ୟା ସୃଷ୍ଟି ହୋଇଥିବାରୁ ସେ ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି ବୁଦ୍ଧିଜୀବୀଙ୍କ ମତପ୍ରକାଶ ପାଇଛି। କରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ ଜାରି ରହିଛି। ମହାମାରୀକୁ ରୋକିବାକୁ ସରକାର ନେଇଥିବା ପଦକ୍ଷେପ ପ୍ରଶଂସନୀୟ ହୋଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟ ନିରାପତା ସମସ୍ୟା ଦେଖାଯିବ। ଚାଷୀମାନଙ୍କ ହାତରେ ଏବେ ଅର୍ଥ ନାହିଁ। ରବି ଫସଲ ଅମଳ ହେଉଥିବା ବେଳେ ଚାଷୀଙ୍କ ଠାରୁ ଏହାକୁ ତୁରନ୍ତ ସଂଗ୍ରହ କରାଯିବା ଦରକାର। ଚାଷୀଙ୍କଠାରୁ ଫସଲ ସଂଗ୍ରହରେ ବିଳମ୍ବ ହେଲେ ଦଲାଲମାନେ ଫାଇଦା ନେବେ। ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେବ। ଅନ୍ୟ ପକ୍ଷରେ ଖରିପ ଚାଷ ପାଇଁ ଚାଷୀକୁ ପ୍ରୋତ୍ସାହନ ମଧ୍ୟ ଦରକାର। ଲକଡାଉନ ଯୋଗୁ ଚାଷୀକୁ ମୂଲିଆ ଠାରୁ ଆରମ୍ଭ କରି ଯାନ୍ତ୍ରିକ ଉପଯୋଗରେ ସମସ୍ୟା ହେଉଥିବା ବେଳେ ଅର୍ଥର ଆବଶ୍ୟକତା ପ୍ରଭାବିତ କରିବ। ସେଥିପାଇଁ ଚାଷୀଙ୍କ ହାତକୁ ଅର୍ଥ ଦେବା ଉପରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।