ଦେଶରେ ଓଡିଶା ବହୁ ଆଗରେ ଜିଲ୍ଲା ସ୍ତରୀୟ ଗଣ କନଭେସନ – ବିଜୁ ଶ୍ରମିକ ସାମୁଖ୍ୟ

28

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ବଗଳା ଧର୍ମଶାଳା ଠାରେ ଓଡିଶା ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଗଣ କନଭେସନ ବିଜୁ ଶ୍ରମିକ ସାମୁଖ୍ୟ ର ମହାସଚିବ ସୁବାସ ସିଂହ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ପୁରୀ ଜିଲ୍ଲାର ଅଟୋ ଚାଳକ, ପରିବହନ କର୍ମଚାରୀ, ବିଦ୍ୟୁତ ଶ୍ରମିକ, ନିର୍ମାଣ ଶ୍ରମିକ, ହୋଟେଲ ଓ ଦୋକାନ ବଜାରରେ କାମ କରୁଥିବା ପ୍ରାୟ ୧୦୦୦ ପ୍ରତିନିଧ୍ ଏହି ଗଣ କନଭେସନ ଯୋଗ ଦେଇଥିଲେ | ଏହି ଗଣ କନଭେସନ କୁ ଆନୁଷ୍ଠାନିକ ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଉଦ୍ଘାଟନ କରିଥିଲେ | ଏହି କନଭେସନ ରେ ବିଜୁ ଜନତା ଦଳର ଏମ. ପି. ପାର୍ଥି ଅରୂପ ପଟନାୟକ, ବିଧାୟକ ପାର୍ଥି ସୁନୀଲ ମହାନ୍ତି, ଜିଲ୍ଲା ସଭାପତି ଦିବାକର ପାତ୍ର, ବିଜୁ ଶ୍ରମିକ ସାମୁଖ୍ୟର ବରିଷ୍ଠ ନେତା ନବ କିଶୋର ମହାନ୍ତି, ରାଜୀବ ମହାନ୍ତି , ପ୍ରଦୁମ୍ନ ସାମଲ,ଭବାନୀ ପତି, ଶ୍ରୀ ଦୁର୍ଗା ଚରଣ ଖୁଣ୍ଟିଆ, ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖୁଥିଲେ | ଶ୍ରମିକ କଲ୍ୟାଣ ଯୋଜନା ରେ ଓଡିଶା ବହୁ ଆଗରେ |ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ କାଳିନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ଆଜି ପୁରୀ ବଗଳା ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମିଳନୀ ରେ ବିଜୁ ଶ୍ରର୍ମିକ ସାମୁଖ୍ୟ ର ମହାସଚିବ ତଥା କଟକ ମହାନଗର ନିଗମର ମେୟର ସୁବାସ ସିଂହ ଏବଂ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ପ୍ରକାଶ କରିଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ”ନୂଆ ଓଡିଶା”,ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ.ସେମାଙ୍କର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସିଙ୍ଗ,ଏହି କ୍ରମରେ ଦୈନିକ ମଜୁରୀ ୩୪୬ ଟଙ୍କା କୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ତା,ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ ବୋଲି ଶ୍ରମିକ ନେତା ମାନେ ପ୍ରକାଶ କରିଥିଲେ | ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା “ମା” ମାନଙ୍କ ପାଇଁ ଏବଂ ସମ୍ପୂର୍ଣ୍ଣ ପରିବାର ପାଇଁ ୫ ଲକ୍ଷ ଟଙ୍କା ଶ୍ରମିକ ଶ୍ରେଣୀ ଙ୍କୁ ଏକି ବଡ଼ ସୁରକ୍ଷା ପ୍ରଦାନ କରିପାରିଛି | ନିର୍ମାଣ ଶ୍ରମିକ କଲ୍ୟାଣି ଯୋଜନା ରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ପଂଜିକୃତ ହୋଇଛନ୍ତି | ସେମାନଙ୍କୁ ବିଭିର୍ଣ୍ଣ ଯୋଜନାରେ ୩ ହଜାର ୫୨୪ କୋଟି ତାଙ୍କର ସହାୟତା ପ୍ରଦାନ କରାଯାଇପାରିଛି | ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେସ୍ଟିକ ଶ୍ରମିକ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି | ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିର୍ଣ୍ଣ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରୁଅଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ଷଷ୍ଠ ଥର କ୍ଷମତାକୁ ଫେରିଲେ |ତେବେ ଏହି କଲ୍ୟାଣ କାରି ଯୋଜନା ଅଧିକ ବୃଦ୍ଧି ପାଇ ପାରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More