ଦେଵସ୍ୱିନୀଙ୍କ ପାଇଁ ଗୋବିନ୍ଦପୁର ଥାନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣସାଇଲୋ ପଞ୍ଚାୟତ ନେତକୁଣ୍ଡି ଗ୍ରାମର ଆଶିଷ ରାଉତରାୟଙ୍କ ସ୍ତ୍ରୀ ଦେଵସ୍ୱିନୀ ରାଉତରାୟଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଗୋବିନ୍ଦପୁର ଥାନା ଅଧିକାରୀ ଜବତ କରିଥିଲେ। ଦେଵସ୍ୱିନୀଙ୍କ ବାପ ଘର କଟକ ସଦର ଥାନା ଅନ୍ତର୍ଗତ ବାଟପୂରଣ ଗ୍ରାମର ବିରଞ୍ଚି ସୁନ୍ଦରାୟଙ୍କ ଝିଅ। ବାପ ଘର ପକ୍ଷରୁ ଅଧିକ ଯୌତୁକ ପାଇଁ ଶଶୁର ଘର ଲୋକେ ତାଙ୍କ ଝିଅକୁ ମାରିଦେଇଛନ୍ତି ବୋଲି ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦେଵସ୍ୱିନୀଙ୍କ ସ୍ୱାମୀକୁ ଗୋବିନ୍ଦପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।କିନ୍ତୁ ବାପ ଘର ଲୋକଙ୍କ ଅଭିଯୋଗ ସ୍ୱାମୀ ଆଶିଷ ସହିତ ପୁଅର ବାପାର ହତ୍ୟା ପଛରେ ହାତ ଅଛି।ପୋଲିସ କାହିଁକି ବାପକୁ ଗିରଫ କରିନାହିଁ ବୋଲି ସମ୍ପର୍କ ଫାଉଣ୍ଡେସନର ରାଜ୍ୟ ସେକ୍ରେଟାରୀ ପ୍ରଜ୍ଞା ଜ୍ୟୋତି ଦାସ,ବିଶ୍ୱରଞ୍ଜନ ଦାସ ଯୁବ କଂଗ୍ରେସ ରାଜ୍ୟ ସେକ୍ରେଟାରୀ ଓ ବାଟପୂରଣ ଗ୍ରାମର ବୁଦ୍ଧିଜୀବୀ ଓ ଶତାଧିକ ମହିଳାମାନେ ଥାନାରେ IIC ଙ୍କ ସହିତ ଆଲୋଚନା କରିଥିଲେ।ଆଲୋଚନାରେ କୌଣସି ନିର୍ଯ୍ୟାସ ନ ବହାରିବାରୁ ନିରାଶ ହୋଇ ଫେରିଥିଲେ। ଦାବି ରଖିଥିଲେ ଯଥା ଶୀଘ୍ର ଦେଵସ୍ୱିନୀ ଙ୍କ ହତ୍ୟା ପାଇଁ ଶ୍ବଶୁରକୁ ଗିରଫ କରା ନଗଲେ ଆଗାମୀ ଦିନରେ SP ଅଫିସ ଘେରାଉ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More