ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସଦର ମହକୁମାର ଆଳିପିଙ୍ଗଳ ଦେବୀ ନଦୀବନ୍ଧର କୋଲର ଗ୍ରାମ ବନ୍ଧରୁ ଏକ ଝର ଫିଟିଥିବାରୁ କୋଲର, ଫୁଲାର, କୋରୁଆ,ସଲାଣ୍ଟି ଗ୍ରାମର ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି।କୋଲର ଗ୍ରାମ ବାସୀଙ୍କ ଅଭିଯୋଗ ଅନୁସାରେ ଗତ ଦୁଇ ମାସ ରୁ ଉର୍ଦ୍ଧ୍ବ ହେବ ଜଳସେଚନ ବିଭାଗ ପକ୍ଷରୁ କୋକି ଶିଆଳି ଓ ମୂଷା ଗାତକୁ ଠାବ କରି ସେଠାରେ ବଡ଼ ଗାତ କରି କୋକି ଶିଆଳି ଧରିବା ସହ ଉକ୍ତ ଗାତକୁ ମାଟି ନ ପୋତି ଫୁଙ୍ଗୁଳା ଛାଡି ଦେଇଥିଲେ।ତେବେ ଦେବୀ ନଦୀ ରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ଗାତ ଗୁଡିକ ଏବେ ବିପଦ ସୃଷ୍ଟି କରିଛି।ଯାହାଫଳରେ ଉକ୍ତ ଗାତ ସିଧାରେ ଏବେ ବନ୍ୟାଜଳ ଝର ପଡି ପାଣି ଝରୁ ଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ।କାଳେ ସେଠାରେ ବଡ ଘଳିଆ ହୋଇଯିବକି ବୋଲି ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଛନକା ପଶିଛି।ତେବେ କୋଲର ରେ ଝର ପଡିବା ଖବର ପାଇ ଜଳସେଚନ ବିଭାଗର କର୍ମଚାରୀ ମାନେ କୋଲର ଗ୍ରାମ ବାସୀଙ୍କ ସହାୟତାରେ ପଲିଥିନ ଓ ବାଲିବସ୍ତା ପକାଉଥିବାର ଦେଖିବାକୁ ମିଳିଛି।ତେବେ ଏହି ନଦୀ ବନ୍ଧ ର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେଣୁ ଏଭଳି ଗାତ ଗୁଡିକ ପୋତା ନଯିବା ଘଟଣା ସମ୍ପର୍କରେ ଆଲିପିଙ୍ଗଳ ଜଳସେଚନ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ କୁହନ୍ତି ମାଟିମିଳୁ ନାହିଁ।ତେଣୁ ଗାତ ଗୁଡ଼ିକ ଖୁବ ଶୀଘ୍ର ପୋତା ଯିବ।ବର୍ତ୍ତମାନ ପରିସ୍ଥିତି ରେ ବାଲିବସ୍ତା ପକାଇ ଝରକୁ ବନ୍ଦ କରିବା ପାଇଁ ଚେଷ୍ଟା ଜାରିରହିଛ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।