ଦେବୀ ନଦୀରେ ଘଡ଼ିଆଳ କୁମ୍ଭୀର ଆତଙ୍କ।

11

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧିନ ବାଇଶିମୌଜା ଅଲିପଡା ଦେଇ ଯାଇଥିବା ଦେବୀ ନଦୀରେ ଘଡ଼ିଆଳ କୁମ୍ଭୀର ଦେଖାଯାଉଥିବା ନେଇ ସାଧାରଣରେ ଭୟର ବାତା ବରଣ ଖେଳିଯାଇଛି । ସୂଚନାରୁ ପ୍ରକାଶ ଜେ ଅଲିପଡା ଗ୍ରାମର କିଛି ମହିଳା ନିକଟସ୍ଥ ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଦେବୀ ନଦୀରେ ଏକ ବିରାଟ ଘଡ଼ିଆଳ କୁମ୍ଭୀର ପହଁରୁ ଥିବା ଦେଖବାକୁ ପାଇଥିଲେ । ଅଲିପଡା ଗ୍ରାମର ତୁଳସୀ ବାରିକ,ଦୁରୀ ବାରିକ।କୁମ୍ଭୀରକୁ ଦେଖି ସେମାନେ ପାଟି କରିବାରୁ ଗ୍ରାମର ଲୋକ ମାନେ ସେଠାରେ ପହଂଚି ଦେଖି ଭୟବିତ ହୋଇଯାଇଥିଲେ । ଏହି ଦେବୀ ନଦୀରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଧୋଇବା,ଶୌଚ ହେବ,ଗୋରୁ, ଗାଈ ମଧ୍ୟ ପାଣି ବ୍ୟବହାର କରିଥାନ୍ତି । ଆଜି ଗାଧୋଇବାକୁ ଯାଇଥିବା ମହିଳା ମାନେ ଭୟରେ ଅଧା ଗାଧୁଆ ଅବସ୍ଥାରେ ଫେରି ଥିଲେ। ତେବେ ଦେବୀ ନଦୀରେ ଘଡ଼ିଆଳ କୁମ୍ଭୀରକୁ ବନ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ କୁମ୍ଭୀରକୁ କାବୁ କରି ନନ୍ଦନକାନନ ରେ ଛାଡିବା ପାଈଁ ଅଲିପଡା ଗ୍ରାମବାସୀମାନେ ଦୃଢ଼ ଦାବି କରିଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ସହ ବିରିଡି ବ୍ଲକରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More