ଦେବୀଙ୍କ ପ୍ରତୀକ କଳସ ଘର ଘର ବୁଲି ଭକ୍ତଙ୍କୁ ଦର୍ଶନ ଦେଇ ଭୋଗ ନୈବେଦ୍ୟ ଗ୍ରହଣ କରି ଦେଲେ ଆଶୀର୍ବାଦ

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ଐତିହାସିକ କଳସ ଯାତ୍ରା ତା୧୧/୪ ରାତ୍ର ୧୦ ଘଣ୍ଟା ୩୦ ମିନିଟ ରେ ମହା ଆଡମ୍ବର ସହକାରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଆତସବାଦି ଫୁଟାଇ ହର୍ସ ଉଲ୍ଲାସ ରେ ଉକ୍ତ ଯାତ୍ରା କମିଟି ମାନଙ୍କ ପ୍ରତ୍ୟେକ୍ଷ୍ ତତ୍ଵାବଧାନରେ,ଥାନା ଅଧିକାରୀ ଙ୍କ ସହ ଅଧିକାରୀ,କର୍ମ ଚାରି ମାନଙ୍କ ସହଜୋଗରେ ଶାନ୍ତି ସ୍ରୁଙ୍ଖଳା ରେ ଅବସ୍ଥାପିତ କରାଇ ପୁଜାର୍ଚନା କରାଯାଇଥିଲା।ଉକ୍ତ ନବଦିନାତ୍ମକ ଯାତ୍ରା ପାଇଁ ଯାତ୍ରା କମିଟି ସଜାଗ ରହି ସୁଚାରୁ ରୂପେ ସମ୍ପାଦନ କରି ଆସୁଛନ୍ତି।ରାତ୍ରି ରେ କମିଟି ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶିଆ ନାଟ୍ୟ ପ୍ରଦର୍ଶନ କରାଯାଇ ଦର୍ଶକ ମାନଙ୍କ ମନ ବେଶ ଆନନ୍ଦିତ ହୋଇ ଆସୁଛି।ଏଇ ୯ ଦିନ ଡାବୁଗାଁ ଦେବା ଦେବୀ ଙ୍କ ପ୍ରତୀକ କଳସ ଓ ଶ୍ରୀ ଶ୍ରୀ ଭୈରବ ଦେବ ଙ୍କ ଗୋପା ୬ ଜଣ କୁମାରୀ ଝିଅ ମୁଣ୍ଡାଇ ଭଗତ ପୂଜାରୀ,ଦୂର ପୂଜାରୀ,ଚୈତନ୍ୟ ପୂଜାରୀ,ହିରନ୍ ପୂଜାରୀ ଓ ପୁର୍ଣ ପୂଜାରୀ,ସିରା ମାନଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ପ୍ରତ୍ୟେକ ସାହି ରେ ପ୍ରତ୍ୟେକ ଙ୍କ ଘର ଆଗରେ ଲିପାଲିପି କରି ଝୋଟି ପକାଇ ଏଇ ଆସ୍ତାନ ଉପରେ ଭୋଗ ନୈବେଦ୍ୟ ରଖି ପୂଜାରୀ ମାନଙ୍କ ଦ୍ୱାରା ପୂଜା କରାଯାଇ ଥାଏ।କୁମାରୀ ଝିଅ ମାନଙ୍କ ମୁଣ୍ଡରେ ମୁଣ୍ଡାଇ ଥିବା କଳସ ଓ ଗୋପା ଦେବା ଦେବୀ ମାନଙ୍କ ପ୍ରତୀକ ୬ ଜଣ ଝିଅଙ୍କ ଗୋଡ଼ ଧୋଇ, କଳସ ଓ ଗୋପା ରେ ଫୁଲ ମାଳ ପକାଇ ମୁଣ୍ଡିଆ ମାରି ଆଶୀର୍ବାଦ ନେଇ ଥାଆନ୍ତି ସାହି ବାସିନ୍ଦା ମାନେ।ଏଇ ୯ ଦିନ ଯାତ୍ରାରେ ପୁଣି ମାଁ ମାନଙ୍କ ପ୍ରତୀକ କଳସ ଓ ଗୋପା ଠାକୁରାଣୀ ମନ୍ଦିର କୁ ଫେରିବା ପୂର୍ବରୁ ପ୍ରତ୍ୟେକ ଘର ଘରକୁ ଯାଇ ମେଲାଣି ନେଇ ଥାଆନ୍ତି।ଏଇ ୯ ଦିନ ଡାବୁଗାଁ କଳସ ମଣ୍ଡପ ସମସ୍ତ ଭକ୍ତଙ୍କୁ ଆକର୍ସିତ କରି ଏଠାକୁ ଟାଣି ଆଣି ଥାଆନ୍ତି।ମାଁ ଙ୍କ ଆଗମନ ରେ ଡାବୁଗାଁ ଚଳ ଚଞ୍ଚଳହୋଇ ଉଠିଥିବା ବେଳେ କଳସ ମଣ୍ଡପ ସଜସଜ୍ଜା ସହ ଦୁଇ ପାର୍ଶ୍ୱରେ ଆଲୋକ ମାଳା ର ତୋରଣ୍ ଭକ୍ତ ମାନଙ୍କ ମନ କୁ ମୋହିତ କରୁ ଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଡାବୁଗାଁ,ଡଙ୍ଗରିଗୁଡା ବାସିନ୍ଦା ଙ୍କ ସହଯୋଗ ରହି ଥିବାରୁ ସରସ ସୁନ୍ଦର ଭାବେ କାର୍ଯ୍ୟକ୍ରମ କମିଟି ଦ୍ୱାରା ସମ୍ପାଦିତ ହୋଇ ଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More