ଦେବସ୍ନାନ ପୁର୍ଣିମାରେ ବଳଦେବ ଜୀଉଙ୍କ ଗଜବଦନ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

29

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆଜି ପବିତ୍ର ଦେଵସ୍ନାନ ପୂର୍ଣ୍ଣିମା ପବିତ୍ର ଦେଵସ୍ନାନ ପୂର୍ଣ୍ଣିମା ଅବସରରେ ଚଳ ଚଞ୍ଚଳ ହୋଇଛି ତୁଳସୀ କ୍ଷେତ୍ର କେନ୍ଦ୍ରାପଡା । ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରର ପରମ୍ପରା ଓ ରୀତିନୀତି ଅନୁଯାୟୀ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ ପ୍ରଥମେ ଶ୍ରୀ ମନ୍ଦିର ମଧ୍ୟରୁ ଚକ୍ରରାଜ ସୁଦର୍ଶନ, ମଣି ବିଗ୍ରହ ମହାପ୍ରଭୁ ଶ୍ରୀ ବଳଦେବଜୀଉ ଓ ଦାରୁ ବିଗ୍ରହ ସାନୁଜ ଜଗନ୍ନାଥ ଏବଂ ଭଗ୍ନୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନ ରୁ ଧାଡି ପହଣ୍ଡି ରେ ଆଣି ସ୍ନାନ ମଣ୍ଡପରେ ତିନି ଦିଅ ବିଜେ ପରେ ବିଭିନ୍ନ ରୀତି ନୀତି କରାଯିବା ସହ ନୀତି ସ୍ନାନ କରାଯାଇଥିଲା । ମହାଜନ ପାଣିଗ୍ରାହୀ ଓ ସେବାୟତ ମାନଙ୍କ ଦ୍ୱାରା ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା।ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ତିନି ଦିଅଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯିବା ସହ ପରେ ଜୟ, ମଙ୍ଗଳା ଆଳତୀ ,ନୀତିସ୍ନାନ, ବଲ୍ଲଭ ମଣୋହି ,ମଙ୍ଗଳାର୍ପଣ କରାଯାଇଥିଲା। ତେବେ ସ୍ନାନମଣ୍ଡପରେ ଶ୍ରୀଜୀଉ ମାନଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକ ମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ବେଶ କରାଇଥିଲେ। ତେବେ ଆଜିର ଦିନରେ ବିଭିନ୍ନ ତ୍ରିଥ ସ୍ଥାନରୁ ସଂଗୃହିତ ଜଳରେ ତିନି ଠାକୁର ସ୍ନାନ ସହିତ ଚନ୍ଦନରେ ସ୍ନାନ କରାଯାଇ ଥିଲା । ଅନ୍ୟ ଦିନ ମାନଙ୍କରେ ଦିଅ ମାନେ ମନ୍ତ୍ର ପୂଜିତ ସ୍ନାନକରୁଥିବା ବେଳେ ବର୍ଷକରେ ଗୋଟିଏ ଦିନ ସ୍ନାନମଣ୍ଡପ ରେ ସ୍ନାନ କରିବାର ପରମ୍ପରା ରହିଛି। ସ୍ନାନ ମଣ୍ଡପରେ ଶ୍ରୀଜୀଉ ମାନଙ୍କର ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବହୁ ଆଗରୁ ବିଶ୍ବାସ ରହିଛି। ସେଥି ପାଇଁ କେନ୍ଦ୍ରାପଡା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ। ପୋଲିସ ବଳୟ ମଧରେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।ଅନ୍ୟ ପକ୍ଷରେ ଆଜି ସ୍ନାନ କରିବା ପରେ ଶ୍ରୀଜୀଉ ମାନଙ୍କର ଅଣସର ଗୃହ ପ୍ରବେଶ କରାଯିବ।ପୁନର୍ବାର ଭକ୍ତ ମାନେ ନିଜ ଆରାଧ୍ୟ ଦେବତାଙ୍କୁ ନେତ୍ରୋତ୍ସବ ଦିନ ଦର୍ଶନ କରିବେ। ତେବେ ଭକ୍ତ ପ୍ରିୟ ଶ୍ରୀବଳଦେବଜୀଉଙ୍କ ମଣି ବିଗ୍ରହ ମୃତ୍ତି ଓ ଗଜ ବଦନ ବେଶ ଦର୍ଶନ କରବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More