ଦୃଷ୍ଟିହୀନ ଛାତ୍ର ଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

31

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କନଫେରାନ୍ସ ହଲ ଠାରେ ଦୃଷ୍ଟି ହୀନ ଛାତ୍ର ଛାତ୍ରୀଙ୍କୁ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଲାପଟପ ବଣ୍ଟନ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ପକ୍ଷରୁ ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ମାନଙ୍କ ସକାଶେ ବିଭିନ୍ନ କଲେଜରେ ଅଧ୍ୟୟନ କରୁ ଥିବା+3 ଠାରୁ ଅଧିକ କ୍ଳାସରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷାରେ ସହାୟକ ହେବା ପାଇଁ ଏବଂ ତାଙ୍କ ପାଠ ପଢାରେ ସୁଗମ ହେବା ପାଇଁ ତାଙ୍କୁ ଏହି ସାହାଯ୍ୟ କରାଯାଇଛି।ଗଜପତି ଜିଲ୍ଲାର 5 ଜଣ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରାଯାଇଛି। 5 ଜଣ ଛାତ୍ରଛାତ୍ରୀଙ୍କୁ ଅନୁମୋଦିତ ହୋଇ ଥିବାର ପଵିତ୍ର କୁମାର ଦାସ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More