ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- କଅଁଳ ବୟସରେ ଅଷ୍ଟମ ଶ୍ରେଣୀର ଶେଷ ଭାଗରେ ଡା. ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ଏକ ମାତ୍ର ଅଲିଅଳ ପୁଅ ସମ୍ବିତ(ଲିଙ୍କନ)ର ମାଆଙ୍କ ଅକାଳ ବିୟୋଗରେ ସ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ପଡିଥିଲା ଛାତ୍ର ଲିଙ୍କନକୁ l ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ମାଙ୍କୁ ମୁଖାଗ୍ନି ଦେଇ ସିଧା ଚାଲି ଆସିଥିଲା ଗ୍ରୀଡ଼କୋ କଲୋନୀ ଘରକୁ ଓ ଖୁବ ଅଳ୍ପ ଦିନ ମଧ୍ୟ ପରୀକ୍ଷା ଥାଏ ସେପଟେ ମା ସ୍ବର୍ଗୀ୍ୟା ଦୀପାରାଣୀ ମଧ୍ୟ ତାକୁ ସବୁବେଳେ ଗାଇଡ଼ କରି ତାଗିଦ କରୁଥିଲେ ବାବୁ କ୍ଲାସ ଷ୍ଟାଣ୍ଡାର୍ଡ ସିକ୍ସରୁ ସ୍କୁଲରେ ଯେମିତି ଟପ୍ପର ହୋଇ ଆସୁଛୁ ସେହିପରି ଷ୍ଟାଣ୍ଡାର୍ଡ ଟେନ୍ଥ ଯାଏ ସେଣ୍ଟ ଆନି ସ୍କୁଲରେ ତୋର ଟପ୍ପର ପୋଜିସନ ଆମେ ଦେଖିବାକୁ ଚାହୁଁଛୁ l ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମାଙ୍କୁ ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଆଦୌ ବିଶ୍ରାମ ନ ନେଇ ସବୁ ଦୁଃଖର ଲୁହକୁ ଚାପି କମ୍ପୁଟର ଧରି ବସି ପଡିଲା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲା l ଆଉ ପରିବାର ଆତ୍ମୀୟ ସ୍ୱଜନଙ୍କୁ କହିଲା ମୁଁ ମାଙ୍କ ସ୍ବପ୍ନକୁ ପୁରା କରିବି l ଆଇସିଏସଇ କୋର୍ସରେ ସବୁ କ୍ଲାସରେ ଏପରିକି ଜ଼ିଲ୍ଲାରେ ମାଟ୍ରିକ ଟପ୍ପର ହେବାକୁ ସେଦିନ ଠୁଁ ସଂକଳ୍ପ ନେଇଥିଲା ଲିଙ୍କନ ଓ ଟପ୍ପର ହେଉଥିଲା ମଧ୍ୟ l ଆଉ ଏକଲବ୍ୟ ଭଳି ହୃଦୟ ଧାରଣ କରି ନିଜର ସାଧନାରୁ ବିରତ ନ ହୋଇ ଦିବଂଗତା ମାଆ ଦୀପାରାଣୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି ସୁବର୍ଣ୍ଣପୁର ସେଣ୍ଟ ଆନି କନଭେଣ୍ଟ ସ୍କୁଲର ଟେନ୍ଥ କ୍ଲାସର କୃତି ଛାତ୍ର ସମ୍ବିତ ତ୍ରିପାଠୀ l ୯୭.୦୪ ଶତକଡା ମାର୍କ ସହ ଦ୍ଵିତୀୟ ସ୍ଥାନରେ ଉତ୍ତୀର୍ଣ ହୋଇଛନ୍ତି ସମ୍ବିତ l ସେହିପରି ପି, ଆର୍ଯ୍ୟନ ତନ୍ମୟ କ୍ରିଷ୍ଣା ୯୮ ଶତକଡା ମାର୍କ ରଖି ଜ଼ିଲ୍ଲା ଟପ୍ପର ହୋଇଥିବା ବେଳେ, ରୋହନ ମେହେର ମଧ୍ୟ ୯୭.୦୪ ଶତକଡା ମାର୍କ ରଖି ସମ୍ବିତ ଙ୍କ ସହିତ ଦ୍ବିତୀୟ ସ୍ଥାନ ରଖିଛନ୍ତି l ଏଭଳି ମା ଓ ମାତୃଭୂମିକୁ ଗରୀୟାନ କରିବା ଲାଗି ପ୍ରତ୍ୟେକ ବିଦ୍ୟାର୍ଥୀ ସବୁ ପ୍ରକାର ପରିସ୍ଥିତିକୁ ସାମନା କରି ନିଜ ସାଧନା ରେ ବ୍ରତୀ ରହିବା ଓ କୃତି ହାସଲ କରିବା ସମ୍ବିତ ଏଭଳି ଏକ ଉଦାହରଣ ଅଟନ୍ତି l ଯେମିତି କଥାରେ ଅଛି ଊର୍ଧ୍ୱ ମୁଖି ମନ ଓ ନିମ୍ନ ମୁଖି ଜଳ କୁ କେହି ରୋକି ପାରନ୍ତି ନାହିଁ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More