ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ବି ହାର ମାନେ !

35

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ଅନ୍ତର୍ଗତ କଣ୍ଟି ଗ୍ରାମର ସମସ୍ତଙ୍କ ପ୍ରିୟ ସେବିକା ଆଶା ଦିଦି ସ୍ଵର୍ଣ୍ଣଲତା ପତି ୫୭ ବର୍ଷ ବୟସରେ ମ୍ୟାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସାଜି ଚର୍ଚ୍ଚାକୁ ଆସିଥିଲେ। ଆଜି ଭଣ୍ଡାରି ପୋଖରୀ ନିର୍ବାଚନ ମଣ୍ଡଳୀ ନେତା ତଥା ସମାଜସେବୀ ବଦ୍ରି ନାରାୟଣ ଧଳ କଣ୍ଟି ସ୍ଥିତ ତାଙ୍କ ବାସଭବନରେ ଭେଟି ସ୍ଵର୍ଣ୍ଣ ଲତା ପତି ଙ୍କୁ ଫୁଲ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ କରୋନା ମହାମାରୀ ସମୟରେ ତାଙ୍କ ସେବା କାର୍ଯ୍ଯ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଠାରେ ସୂଚନା ଥାଉକି ମାତ୍ର ୨୭ ବର୍ଷ ବୟସରେ ସ୍ଵର୍ଣ୍ଣ ଲତା ତାଙ୍କ ସ୍ବାମୀଙ୍କୁ ହରାଇବା ପରେ ବହୁ ଦୁଃଖରେ ପିଲାମାନଙ୍କୁ ନେଇ ବୃଦ୍ଧ ପିତା ମାତା ଙ୍କ ସହ ରହି ଆସୁଥିଲେ। ପରେ ସ୍ଥାନୀୟ ବିଦ୍ୟାଳୟରେ ପାଚିକା ଭାବରେ କାର୍ଯ୍ୟ କରି ନିଜର ପିଲା ମାନଙ୍କୁ ଶିକ୍ଷିତ କରାଇବା ସହ ନିଜେ ପଢ଼ା କାର୍ଯ୍ଯ ଜାରି ରଖିଥିଲେ। ପରେ ଆଶା ଦିଦି ଭାବରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ସରକାରୀ ନିୟମାନୁସାରେ ମ୍ୟାଟ୍ରିକ ପାସ କରିଥିବା ସେଵିକା ମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ଜାଣି ଦୃଢ଼ ଇଚ୍ଛାଶକ୍ତି ଏବଂ ପିଲାମାନଙ୍କ ପ୍ରେରଣା କୁ ଆଧାର କରି ମ୍ୟାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଥିଲେ। ଯାହା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସାଜିଛନ୍ତି । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More