ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଆହତ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ସୋମବାର ରାତି ୮ଟା୩୦ମିନିଟରେ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ୨୨୦’ ନଂ ଜାତୀୟ ରାଜପଥ ବାଇପାସ ରାସ୍ତା କୁଲଗି ଛୋକ ନିକଟରେ ତିନିଜଣ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳିକାଣ୍ଡରେ ଦୁଇ ଜଣ ଗୁରୁତର ଆହତ ହୋଇ ଥିବାବେଳେ ଜଣେ ଦୁର୍ବୃତ୍ତ ଉପସ୍ଥିତ ସାଧାରଣଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ପେଟରେ ଗୁଳି ବାଜିଥିବା ଯୁବକଙ୍କୁ ଟାଟା ହସ୍ପିଟାଲ (ଜାମସେଦପୁର) ପଠା ଯାଇଥିବାବେଳେ ଗୁରୁତର ଆହତ ଦୁର୍ବୃତ୍ତକୁ ପୁଲିସ୍ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ ସଂଧ୍ୟା ୮.୪୫ ପାଖାପାଖି ସମୟରେ ବହଳଦା ବାଇପାସ ରାସ୍ତାର କୁଲଗି ଛୋକ ନିକଟରେ କାର୍ତ୍ତିକ ସ୍ବାଇଁ (୨୫) ପିତା ତ୍ରୀଲୋଚନ ସ୍ବାଇଁଙ୍କୁ ୩’ ଜଣ ଦୁର୍ବୃତ୍ତ ମାରଣାନ୍ତକ ଆକ୍ରମଣ କରୁଥିବାବେଳେ ଗୌରବ କୁମାର ଦାସ (୩୨) ତାଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ ତେବେ ଦୁବୃତ୍ତ ତାଙ୍କ ଉପରେ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ଶରିରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଫଳରେ ଗୌରବ’ଙ୍କ ପେଟରେ ଗୁଳି ବାଜିଥିବା ବେଳେ କାର୍ତ୍ତିକଙ୍କ ମୁଣ୍ଡ ଓ ହାତରେ ଗଭିର କ୍ଷତ ହୋଇଥିବା ସୂଚନା ହସ୍ତଗତ ହୋଇଛି। ଉଭୟଙ୍କୁ ଝାରଖଣ୍ଡ ଜାମସେଦପୁର ସ୍ଥିତ ଟାଟା ମେନ୍ ହୋସପିଟାଲ (ଟିଏମ୍ଏଚ୍)କୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ ବେଳେ ଜଣେ ଦୁର୍ବୃତ୍ତଙ୍କୁ ଉପସ୍ଥିତ ଲୋକେ କାବୁ କରିଥିବାବେଳେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇ ସଂକଟାପନ୍ନ ଅବସ୍ଥାରେ ଥିବା ଦୁର୍ବୃତ୍ତଙ୍କୁ ସ୍ଥାନୀୟ ପୁଲିସ୍ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକାତ୍ସାଳୟକୁ ପଠାଇଥିଲେ ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଉଦ୍ଧାର ହୋଇଥିବାବେଳେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିଲେ। ତେବେ ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ଫଳରେ ଜାତୀୟ ରାଜପଥରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଁ କାରଣରୁ ଆକ୍ରମଣ ଘଟିଥିଲା ତାହା ଜଣା ପଡି ନଥିବାବେଳେ ସ୍ଥାନୀୟ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More