ଦୁର୍ବୁତ୍ତ ଧମକ ଦେଲେ, ତାପରେ ଘରେ ନିଆଁ ଲଗେଇଲେ

55

Get real time updates directly on you device, subscribe now.

କଟକ9ସଂଘର୍ଷ ମିଡିଆ ) : – :ଏକ ଅଭାବନୀୟ ଘଟଣା ସମ୍ନା କୁ ଆସିଛି । କେହି ନଥିବା ବେଳେ ଘରେ ନିଆଁ ଲଗାଇଲେ ଦୃବୁର୍ତ୍ତ। ଅସହାୟ ମହିଳାଙ୍କୁ ଧମକ ଦେଇ ଘରପୋଡି ଥିବା ସୂଚନା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଅଞ୍ଚଳରେ। ସୂଚନାଯୋଗ୍ୟ ଯେ ଉର୍ମିଳା ସିଂ ନାମକ ଅସହାୟ ମହିଳା ଏବଂ ତାଙ୍କ ପୁଅ ଘରେ ନଥିବା ସମୟରେ ସ୍ଥାନୀୟ ଅଞ୍ଚଳରେ କେହି ଜଣେ ଦୃବୃର୍ତ୍ତ ଧମକ ପୂର୍ଣ୍ଣ ଘରେ ନିଆଁ ଲଗେଇ ଦେଇଛନ୍ତି। ତାଙ୍କର ୧ବଖରା ଘର ସହିତ ୫ହଜାର ଟଙ୍କାରୁ ଉର୍ଦ୍ଧ୍ବ ଏବଂ ଆସବାପତ୍ର ,ଲୁଗାପଟା ସବୁ ପୋଡ଼ି ଯାଇଛି। ଉର୍ମିଳା ସିଂ ଙ୍କ କହିବା ଅନୁଯାୟୀ ଦୀର୍ଘଦିନ ହେବ ବହୁଗ୍ରାମ ଅଞ୍ଚଳରେ ଏକ ଚାଳଛପର ଘର କରି ରହୁଥିଲେ। ନିଜର କହିଲେ କେହି ନାହିଁ, ଉର୍ମିଳା ଏବଂ ତାଙ୍କର ଏକ ପୁଅ। ସ୍ଥାନୀୟ ପାଗା ବଜାର ଏକ ହୋଟେଲ ରେ କାମ କରି ପେଟ ପୋଷୁଥିଲେ। ଆଜି ସକାଳ ୬ଘଟିକା ସମୟରେ କେହି ଜଣେ ବ୍ୟକ୍ତି ଏଭଳି ନାରକୀୟ କାଣ୍ଡ ଘଟାଇ ଥିବା ,ସେ କହିଛନ୍ତି ।ଗତ କାଲି ରାତି ରେ ସ୍ଥାନୀୟ ଅଞ୍ଚଳରେ କେହି ଅସାମାଜିକ ବ୍ୟକ୍ତି ତାଙ୍କୁ ଧମକ ପୂର୍ଣ୍ଣ ଘରୁ ବାହାରି ଯିବା କଥା କହି ,ଘରେ ନିଆଁ ଲଗେଇଥିବା କଥା ଉର୍ମିଳା ସିଂ ମତବ୍ୟକ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଅସହାୟ ମହିଳା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଙ୍କୁ ନେଇ ପାଗା ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣା ର ତଦନ୍ତ କରି ଅସହାୟ ମହିଳାଙ୍କୁ ଏକ ବାସଗୃହ ର ବନ୍ଦୋବସ୍ତ କରିବା ସହିତ ଉପଯୁକ୍ତ ଦୋଷୀ କୁ ଦଣ୍ଡ ଦେବା ନ୍ୟାୟ ରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More