ଦୁର୍ବଳ କେନାଲ ବନ୍ଧରେ ଘାଇ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲାର ମୁଖ୍ୟ କେନାଲ ମାଛଗାଁ କେନାଲରେ ହଠାତ ବିଳମ୍ବିତ ରାତିରେ ପାଣି ଆସିବାରୁ ତରିକୁନ୍ଦ ନିକଟରେ ଘାଇ ହୋଇ ଶହ ଶହ ଚାଷ ଜମି ଜଳମଗ୍ନ ହୋଇଛି।ସୂଚନା ଅନୁସାରେଗତକାଲି ମଧ୍ୟ ରାତ୍ରରେ ମାଛଗାଁ କେନାଲ ବନ୍ଧର ଦଳେଇଘାଇ ଓ ତରିକୁନ୍ଦ ବଜାର ନିକଟରେ ଘାଇ ହେବା ଫଳରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି ।ଦଳେଇ ଘାଇ ଠାରେ ୧୫ ଫୁଟ ଓ ତରିକୁନ୍ଦ ଠାରେ କୋଡ଼ିଏ ଫୁଟ ଓସାରର ଘାଇ ହୋଇଥିବା ଦେଖାଯାଇଛି ।ଫଳରେ କଟକ-ମାଛଗାଁ ଜାତୀୟ ରାଜପଥ ରାସ୍ତା ଉପରେ ତିନିଫୁଟ ଉଚ୍ଚର ପାଣି ଚାଲୁଥିବା ବେଳେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଦଳେଇଘାଇ ଠାରେ ଘାଇ ହେବା ଯୋଗୁଁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜାତୀୟ ରାଜପଥ ୫୫ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ।ସେହିପରି ତରିକୁନ୍ଦ ବଜାର ନିକଟରେ ଘାଇ ହେବା ଫଳରେ ତରିକୁନ୍ଦ ବଜାର ଦୋକାନ ଘର ଭିତରେ ପାଣି ପଶିବା ସହିତ ଆଖପାଖ ବ୍ୟାପକ ଅଞ୍ଚଳର ଜଳମଗ୍ନ ହୋଇଛି ।ଚାଷ ଜମି ଉପରେ ପାଣି ଲହଡା ମାରିବାରୁ ଧାନ ତଳି ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ତରିକୁନ୍ଦ ଅଂଚଳର ଚାଷୀ ମାନେ କହିଛନ୍ତି ।ଏପରିକି ଚାଷୀ ମାନେ କୁହନ୍ତି କି କେନାଲ ବନ୍ଧ ର ସୁରକ୍ଷା ସହ ମରାମତି ହେଉନଥିବାରୁ ଏଭଳି ଘାଇ ହୋଇଛି।ଅନ୍ୟ ପଟରେ ଜିଲ୍ଲା ଜଳ ସେଚନ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦେଶରେ ଉପର ମୁଣ୍ଡରୁ ପାଣି ବନ୍ଦ କରିବା ଫଳରେ ପାଣି କମ ହୋଇଥିଲା ।କେନାଲରେ ପାଞ୍ଚ ଶହ କ୍ୟୁସେକ ପାଣି ଛଡା ଯାଇଥିବା ବେଳେ ମୂଷା ଗାତରୁ ଏଭଳି ହୋଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ କହିଥିଲେ । ଉଭୟ ଘାଇକୁ ମରାମତି ପାଇଁ ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି କହିଛନ୍ତି ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More