ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସଚେତନତା ସଭା ଅନୁଷ୍ଠିତ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର ସରକାରୀ ମହାବିଦ୍ୟାଳୟ ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ସ୍ୱଛତା ଓ ବ୍ୟବସ୍ଥିତ କରିବା ଉଦେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମିତ୍ତ ମହାବିଦ୍ୟାଳୟ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସଚେତନତା ସଭା ମହାବିଦ୍ୟାଳୟ ପ୍ରିନ୍ସିପାଲ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀ ତୁଷାର କାନ୍ତ ମହାପାତ୍ର ଇନିସ୍ପେକ୍ଟର ଭିଜିଲେନ୍ସ,ତଥା ଅନ୍ୟତମ ଅତିଥିଭାବେ ଶ୍ରୀ ସୌରଭ ରଞ୍ଜନ ଖମାରୀ, ଓଡ଼ିଆ ଆଧ୍ୟପକ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଚେତନତା ସଭା ଅବସରରେ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l ସଭାରେ ମହାବିଦ୍ୟାଳୟର ଶତାଧିଜ ଛାତ୍ର ଛାତ୍ରୀ ସହ ଆଧ୍ୟପକ ଅଧ୍ୟାପିକା ସମେତ ଦୁର୍ନୀତି ବିଭାଗ ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More