ଦୁର୍ନୀତିର ଗନ୍ତାଘର ପାଲଟିଛି ଆନନ୍ଦପୁର ପୌରପାଳିକା

14

Get real time updates directly on you device, subscribe now.

କେନ୍ଦୁଝର (ସଂଘର୍ଷ ମିଡିଆ) :- ଆନନ୍ଦପୁର ପୌରାଞ୍ଚଳବାସୀଙ୍କ ଦୁଃଖ ପାଲଟିଛି ଆନନ୍ଦପୁର ପୌରପାଳିକା । ଏହା ଆମେ କହୁନୁ କହୁଛନ୍ତି ଖୋଦ ପୌରାଞ୍ଚଳବାସୀ । ଆନନ୍ଦପୁର ପୌରପାଳିକା ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ଓ ସଚେତନ ନାଗରିକ । ଏପଟେ ବିଭିନ୍ନ ଯୋଜନା ଯେମିତି ପୌରାଞ୍ଚଳବାସୀଙ୍କ ପାଇଁ ପ୍ରହସନ ପାଲଟିଛି । ଆନନ୍ଦପୁର ପୌରପାଳିକା ୧୬ଗୋଟି ୱାର୍ଡକୁ ନେଇ ଗଠନ ହୋଇଥିବା ବେଳେ ଆନନ୍ଦପୁର ପୌର ରାଜନୀତି ସବୁ ବେଳେ ଚର୍ଚ୍ଚାରେ ରହିଆସିଛି । ବାରମ୍ବାର ଅଫିସର ଓ କର୍ମଚାରୀଙ୍କ ବଦଳି ଏବଂ କାଉନସିଲର ଓ ଚେୟାରମ୍ୟାନଙ୍କ ମଧ୍ୟରେ ନପଡ଼ିବା କେତେବଳେ ଅଫିସର ଓ ରାଜନେତା ମଧ୍ୟରେ ନପଡିବା ଭଳି ସମସ୍ଯା ଦେଖାଦେଇଛି । ଏପରିକି ସନ୍ତୁଷ୍ଟ ଗୋଷ୍ଠୀ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ପେଶି ହୋଇ ପୌରାଞ୍ଚଳର ବିକାଶ ବାଟ ହୁଡ଼ି ଥିବା ବେଳେ ପୌରାଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନହେବା ଏବଂ ଅଧାପନ୍ତରିଆ ହୋଇ ପଡ଼ିରହିବା ଭଳି ଘଟଣାରେ ଅତିଷ୍ଠ ହୋଇପଡ଼ିଛନ୍ତି ପୌରାଞ୍ଚଳବାସୀ । କିଛିଦିନ ତଳେ ଜଣେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦପୁର ପୌରପାଳିକାରେ ଯୋଗ ଦେଇଥିବା ବେଳେ ପୌରାଞ୍ଚଳରେ ଉନ୍ନତି ଓ ବିକାଶ କାର୍ଯ୍ୟ ତ୍ବରାନିତ ହେବ ବୋଲି ଜନସାଧାରଣଙ୍କ ମଧ୍ୟରେ ଆଶା ସଂଚାର ହୋଇଛି । ଏବେବି ପୌରାଞ୍ଚଳବାସୀ ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଦେଖାଯାଇଛି । ପୌରପାଳିକାରେ ବିଭିନ୍ନ ଦୁର୍ନୀତି ଯଥା ବ୍ଲିଚିଂ-ଫିନାଇଲ ନପଡ଼ିବା,ଅଳିଆ ଆବର୍ଜନା ଡମ୍ପିଂ ୟାର୍ଡରେ ନପଡ଼ି ରିଙ୍ଗ ରୋଡ ବନ୍ଧ ସାଇଟରେ ପକାଇବା, ମୁକ୍ତା ଯୋଜନାରେ ବ୍ୟାପକ ହେର ଫେର ସହିତ ନିମ୍ନ ମାନର କାମ ହୋଇଥିବା,ମିଶନଶକ୍ତିରେ ଦୁର୍ନୀତି,ଆବାସ ଦୁର୍ନୀତି ଗୋଟିଏ କାର୍ଯ୍ୟକୁ ବାରମ୍ବାର କରାଯାଇ ବିଲ୍ ଉଠାଇବା ଆଦି ଦେଖାଦେଇଛି । ଷ୍ଟାଡିୟମ୍ ପଛ ପଟେ ଥିବା ପାର୍କ ଅଫିସର,ରାଜନେତା ଓ ଠିକାଦାରଙ୍କ ପାଇଁ ନେଉଟିଆ କିଆରୀ ସାଜିଛି, ଉକ୍ତ ପାର୍କର ଉନ୍ନତିକୁ ନେଇ ବାରମ୍ବାର ସରକାରୀ ଅର୍ଥକୁ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଆନନ୍ଦପୁର ପୌରପାଳିକା ଜନସାଧାରଣଙ୍କ ସେବାରେ କମ, ଠିକାଦାର ଓ ରାଜନେତାଙ୍କ ସେବାରେ ବେଶୀ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏପରିକି ଆନନ୍ଦପୁର ପୌରପାଳିକା ରେ RTI ରେ ତଥ୍ୟ ମାଗିବା ମନା କାରଣ RTI ଆକ୍ଟରେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟର ତଥ୍ୟ ମାଗିଲେ କୌଣସି ତଥ୍ୟ ଦିଆନଯିବା ଏପରିକି ଓଡ଼ିଶା ସୂଚନା କମିଶନଙ୍କ ନିକଟରେ ଅପିଲ କରି PIOଙ୍କୁ କମିଶନଙ୍କ ଦ୍ଵାରା ପେନାଲ୍ଟି କରାଯାଇଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଏହାକୁ ଭ୍ରୁକ୍ଷେପ କରାଯାଉ ନଥିବା ବାରମ୍ବାର ଗଣମାଧ୍ୟମରେ ପ୍ରକ୍ଷାଶ ପାଇଛି । RTI ରେ ମାଗିଥିବା ଜଣେ ବ୍ୟକ୍ତି ଦେବବ୍ରତ ଚକ୍ରବର୍ତ୍ତି କଣ କହୁଛନ୍ତି ଶୁଣନ୍ତୁ । ବାରମ୍ବାର ପୌରପାଳିକାରେ ଦୁର୍ନୀତି ଅଭିଯୋଗ ହେଉଥିବା ବେଳେ ଦୁର୍ନୀତି ଯେମିତି ଆନନ୍ଦପୁର ପୌରପାଳିକା ପିଛା ଛାଡୁନି । ଯାହାର ଜ୍ଵଳନ୍ତ ଉଦାହରଣ ଗୋଟେ ବର୍ଷ ଭିତରେ ଦାୟିତ୍ଵ ନେଲେଣି ୫ ଅଧିକାରୀ କେତେବଳେ ଜନସାଧାରଣ ଅତିଷ୍ଟ ହୋଇ ପୌରକାର୍ଯ୍ୟଳୟ ସମ୍ମୁଖରେ ଅଳିଆ ପକାଇ ତ କେତେବଳେ କାର୍ଯ୍ୟଳୟକୁ ତାଲା ପକାଇ ପ୍ରତିବାଦ କରୁଥିବା ଦେଖାଯାଇଛି । ସେହିପରି ପୌର କାର୍ଯ୍ୟଳୟର ଗୋଦାମ ଗୃହରେ ବିଭିନ୍ନ ଯନ୍ତ୍ରପାତି ଖତ ଖାଉଥିବା ବେଳେ ଅନେକ ଯନ୍ତ୍ରପାତି ଏବଂ ଅନେକ ଜାନବାହନ କୁଆଡେ ଉଭେଇ ଗଲାଣି ଏପରି ଅନେକ କର୍ମଚାରୀ ନିଜ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆନନ୍ଦପୁର ପୌରପାଳିକା ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଆନନ୍ଦପୁର ପୌରପାଳିକା ରାଜନେତା,ଅଫିସର ଓ ଠିକାଦାର ପାଇଁ ନେଉଟିଆ କିଆରୀ ସାଜିଥିବା ସାଧାରଣ ରେ ଚର୍ଚ୍ଚା ଚାଲିଥିବା ବେଳେ ନୂତନ ଅଫିସରଙ୍କ ଯୋଗଦାନ ଆନନ୍ଦପୁର ପୌରପାଳିକା ରେ କେତେଦିନ ବୋଲି କୁହାଯାଉଛି ଏବଂ ଉକ୍ତ ଅଧିକାରୀ ରହିବେ ନା ରାଜନୈତିକ ଚକ୍ରବ୍ୟୁହରେ ପେଶି ହେବେ ତାହା ମଧ୍ୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଦେଖିବାକୁ ବାକି ରହିଲା ଆନନ୍ଦପୁରବାସୀଙ୍କ ଦୁଃଖ କେବେ ହଟୁଛି ପୌରାଞ୍ଚଳର ଉନ୍ନତି ଓ ବିକାଶ ରେ ବାଧକ ସାଜିଥିବା ବ୍ୟକ୍ତି ଏବଂ ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନିଆଯାଉଛି । ଏନେଇ ବଡ ଧରଣର ଆନ୍ଦୋଳନ ଦାନା ବାନ୍ଧୁ ଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ଜଣାଯାଇଛି। କେନ୍ଦୁଝର ଆନନ୍ଦପୁରରୁ ଵ୍ୟୁରୋ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More