ଦୁର୍ନୀତିର ଗନ୍ତାଘର ପାଲଟିଛି ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତି, ୭ ନିର୍ଦ୍ଧେଶକଙ୍କ ଦ୍ୱାରା ଜିଲ୍ଲା ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

27

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- କେନ୍ଦ୍ରାପଡ଼ା ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତିରେ ହେଉଥିବା ଦୁର୍ନୀତିକୁ ବିରୋଧ କରି ସମବାୟ ର ୭ ନିର୍ବାଚିତ ନିର୍ଦେଶକ ଜିଲ୍ଲା ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ସୂଚନା ମୁତାବକ କେନ୍ଦ୍ରାପଡ଼ା ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତି ସେକ୍ରେଟାରୀ କାଳନ୍ଦୀ ବିଶ୍ୱାଳଙ୍କ ନାମରେ ଆସିଛି ସାଙ୍ଘାତିକ ଦୁର୍ନୀତି ଅଭିଯୋଗ । ଏ ଅଭିଯୋଗ ଆଣିଛନ୍ତି ସମବାୟର ନବ ନିର୍ବାଚିତ ୭ ନିର୍ଦ୍ଧେଶକ, ଅଭିଯୋଗ ମୁତାବକ ସମବାୟରେ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ନିର୍ଦେଶକ ମାନଙ୍କୁ ଡକାଯାଉନାହିଁ । ଚାଷୀ ମାନଙ୍କ ଋଣ ଠାରୁ ଆରମ୍ଭ କରି ଫସଲରେ ବ୍ୟବହୃତ ସାର ପର୍ଯ୍ୟନ୍ତ ସବୁଥିରେ ଘୋଟାଲା କରିଛନ୍ତି ଖୋଦ କାଳନ୍ଦୀ ବାବୁ । ନିର୍ଦେଶକ ମାନଙ୍କ ଅଭିଯୋଗ ଅନୁଯାଇ ସମବାୟକୁ ଆସୁଥିବା ସାରର ମୂଲ୍ୟ ଧର୍ଯ୍ୟ ହୋଇଥିବା ଦାମ ଠାରୁ ଅତ୍ୟଧିକ ନିଆଯାଉଛି । ସେକ୍ରେଟାରୀ କାଳନ୍ଦୀ ବିଶ୍ୱାଳଙ୍କ ନାମରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । କାରଣ କଣ ତାହା ମଧ୍ୟ ପ୍ରଶ୍ନବାଚୀ ? ବଗଡ଼ା society ଦୁର୍ନୀତି ବିରୋଧରେ ୭ ନିର୍ଦ୍ଧେଶକ ମୁଖ୍ୟମନ୍ତ୍ରୀ, ଫାଇପଟି, ଜିଲ୍ଲାପାଳ ଓ ARCS ଙ୍କୁ ଲିଖିତ ଅଭିଯୋଗ ଦେଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ। ଏହି ସବୁକୁ ଆଧାର କରି ବଗଡ଼ା sociଏty ୭ ନିର୍ଦ୍ଧେଶକଙ୍କ ଦ୍ୱାରା ଜିଲ୍ଲା ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଥିଲା । ବର୍ତ୍ତମାନ ଖବର ମୁତାବକ ARCS ଗଣଧାରଣା ଦେଇଥିବା ନିର୍ଦେଶକ ମାନଙ୍କୁ ଘଟଣା ବିଷୟରେ ଶୁଣିବା ସହ inquery ପାଇଁ ପ୍ରତିଶୃତି ଦେବାପରେ ଗଣଧାରଣା ଭଙ୍ଗ କରିଥିବାର ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More