ଦୁର୍ଦାନ୍ତ ଲୁଟେରା ଗିରଫ, ଦୁଇ ଲକ୍ଷ ସତୁରି ହଜାର ଜବତ

25

Get real time updates directly on you device, subscribe now.

କୋଟପାଡ଼ : କୋଟପାଡ଼ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ପରିସରରେ ଲୁଟ ହୋଇଥିବା ଟଙ୍କା ଜବତ ହେବା ସହ ଜଣେ ଲୁଟେରା ଗିରଫ ହୋଇଥିବା ଜଣାଯାଇଅଛି । ସୂଚନା ଅନୁଯାୟୀ ଗୁରୁବାର ରାତ୍ରିରେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ ଛତିଶଗଡ଼ ସୀମାନ୍ତ ଚାନ୍ଦିଲି ଗ୍ରାମ ନିକଟରେ ଆସ୍କା ନିକଟ ତତଲାପାଲ୍ଲୀର ଏମ-ନାଇଡୁଙ୍କୁ ପୋଲିସ ଗିରଫ କରି ତା ଠାରୁ ନଗଦ ଦୁଇ ଲକ୍ଷ ସତୁରି ହଜାର ଟଙ୍କା ଥାନାକୁ ଆଣି ଜବତ କରିଥିବା ଏସ,ଡ଼ି ପି ଓ ଶ୍ରୀ ମାଝୀ ଆଜି ପ୍ରେସ୍ ମିଟ ରେ ଜଣାଇଛନ୍ତି । ଗତ ବର୍ଷ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ପାଞ୍ଚ ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୁଟ ହୋଇଥିବା ବେଳେ,ସେହିପରି ଲୁୟସି ବେନିଆଙ୍କ ଠାରୁ ଚାଳିଶ ହଜାର ଟଙ୍କା ଏବଂ ଚଳିତ ମାସ ୧୭ ତାରିଖ ଦିନ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସ୍କୁଟି ଡିକି ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟିନେଇଥିଲେ ଲୁଟେରା ଲୁଟି ନେଇଥିବା ଲୁଟେରା ନାଇଡୁ ଆଜି ସାମ୍ବାଦିକ ସମ୍ବିଳନୀ ବେଳେ ସ୍ୱୀକାର କରିଥିବା ଜଣାଯାଇଅଛି । ଅନ୍ୟ ଦୁଇଜଣ ସହଯୋଗୀ ଲୁଟେରା ମାନଙ୍କ ମଧ୍ୟରୁ ଛତିଶଗଡ଼ ରାଜ୍ୟର ଜଗଦଲ ପୁର ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜୈଲ ରେ ଥିବା ଜଣାପଡିଛି । ଆଜି ସାମ୍ବାଦିକ ସମ୍ବିଳନୀରେ ବୋରିଗୁମ୍ମା ଏସଡ଼ିପିଓ ଶ୍ରୀ ହରେକୃଷ୍ଣ ମାଝୀ , କୋଟପାଡ଼ ଥାନାଧିକାରୀ ଶ୍ରୀ ଶେଷଦେବ ବେହେରା, ଏସଆଇ ରଞ୍ଜିତ ମହାପାତ୍ର ,ସୁନୀଲ କୁମାର ସ୍ୱାଇଁ ,ଉପସ୍ଥିତ ରହିଥିଲେ.ଏସପିଙ୍କ ନିର୍ଦେଶ କ୍ରମେ ବିସିଂପୁର ଥାନା ଆଇଆଇସି, ବୋରିଗୁମ୍ମା ଥାନା ଆଇଆଇସି ଏବଂ କୋଟପାଡ଼ ଥାନା ଆଇଆଇସିଙ୍କ ମିଳିତ ଉଦ୍ୟମରେ ସଫଳ ହୋଇଛି ବୋଲି ଶ୍ରୀ କୋଟପାଡ଼ ଥାନା ଅଧୀକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଜବତ ହୋଇଥିବା ଟଙ୍କା ମଧ୍ୟରୁ ଶ୍ରୀ ନରେନ୍ଦ୍ର ସ୍ୱାଇଁଙ୍କୁ ଦେଢ଼ଲକ୍ଷ ,ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ ଲକ୍ଷ ଏବଂ ଲୁୟସୀ ବେନିଆଙ୍କୁ ୨୦ ହଜାର ଟଙ୍କା ଆଜି ଦିଆଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଲୁଟ ଟଙ୍କା ପାଇବାକୁ ଆଶା ନଥିବା ବେଳେ ଆଜି ଟଙ୍କା ପାଇ ଶିକ୍ଷୟିତ୍ରୀ ଲୁଇସି ଦିଦି ଏବଂ ସୟଂ ସହାୟିକାର ମହିଳା ଜଣକ ଖୁସିରେ ଭାବ ବିହ୍ବଳ ହଇଛନ୍ତି । କୋଟପାଡ଼ରୁ ସଞ୍ଜୟ ପ୍ରସାଦ ସହ ଜି ବି ରାଜଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More