ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସ୍ଥାନୀୟ ହାଟବଜାର ତ୍ରିନାଥ ମନ୍ଦିର ସମ୍ମୁଖରୁ ଆଶିର୍ବାଦ ସେବା ସଂଗଠନ ପକ୍ଷରୁ ବୁଲା ଷଣ୍ଢ ଛୁଆ ଉଦ୍ଧାର । ସୁଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଏକ ଷଣ୍ଢ ଛୁଆକୁ କୌଣସି ଏକ ଗାଡି ଧକା ଦେଇ ପଳାଇ ଯାଇଥିଲା।ଯାହା ଫଳରେ ଷଣ୍ଢ ଛୁଆ ଟି ଆହତ ଅବସ୍ଥାରେ ଛଟ ପଟ ହେଉଥିବା ଦେଖି ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଷଣ୍ଢ ଛୁଆକୁ ଏକ ଟଲି ସାହାଯ୍ୟରେ ନିଜେ ଟଲୀ ଚଳାଇ ସଦର ମହକୁମାରେ ଥିବା ପଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ତେବେ ଆଶ୍ରିବାଦ ସଂଗଠନର ସଭାପତିଙ୍କ ଠାରୁ ଖବର ପାଇ ସଂଗଠନର କର୍ମ କର୍ମ କର୍ତ୍ତା ପ୍ରଦିପ ଦାସ ଚନ୍ଦନ ବେହେରା ବିଜେଦ୍ର ଦାସ ପ୍ରମୁଖ ପଶୁ ଚିକିତ୍ସାଳୟରେ ପହଁଚି ଷଣ୍ଡ ଛୁଆକୁ ନେଇ ଚିକିତ୍ସା କରାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିଛନ୍ତି । ତେବେ ଷଣ୍ଢ ଛୁଆର ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ଥିବା ଜଣା ପଡ଼ିଛି। ତେବେ ଆଶ୍ରିବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରାଙ୍କ ଏଭଳି ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।