ଦୁର୍ଘଟଣାରେ ଗୋଡ଼ଟି କଟିଯାଇଥିବା ଅସହାୟ ଯୁବକୁ ମିଳିଲା ସହାୟତା

12

Get real time updates directly on you device, subscribe now.

ଗଞ୍ଜାମ (ସଂଘର୍ଷ ନ୍ୟୁଜ୍) : ଗଞ୍ଜାମ ସହରର ଷ୍ଟେସନ ନିକଟ ରହୁଥିବା ସନ୍ତୋଷ ସେଠୀଙ୍କ ଦୁର୍ଘଟଣା ଘଟି ଗୋଡ଼ଟି କଟିଯାଇଥିବା ବେଳେ, ଆର୍ଥିକ ସଂକଟ ଯୋଗୁ ଉତ୍ତମ ଚିକିତ୍ସା କରିନପାରି ଯୁବକ ଜଣକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ନିଷ୍ପତ୍ତି କରିବା ନେଇ ଏହି ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆହତ ଯୁବକଙ୍କ ସହ ଟେଲିଫୋନ ଯୋଗେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସମସ୍ତ ଚିକିତ୍ସା ବହନ କରାଯିବ ସହ ଆବାସ ଯୋଜନାରେ ଘର ଦିଆଯିବ ବୋଲି ଆଶ୍ୱାସନା ଦେଇଥିବା ପରିବାର ଲୋକେ କହିଛନ୍ତି । ସେହିପରି ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ କଂଗ୍ରେସର ପ୍ରତିନିଧିଦଳ ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଥି ତଥା ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅସୁସ୍ଥ ଯୁବକଙ୍କ ଭେଟି ଦଶ ହଜାର ଟାଙ୍କା ଓ ଦୈନିକ ସାମଗ୍ରୀ ପ୍ରଦାନ କରିଥିଲେ । ବାସହିନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ସହ ସମସ୍ତ ଚିକିତ୍ସା ପ୍ରଶାସନ ବହନ କରିବା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ ପାଣିଗ୍ରାହୀ କହିଛନ୍ତି । ଏହି ପ୍ରତିନିଧି ଦଳରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥି ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି କୁନାବିଶୋଇ, ଛାତ୍ର କଂଗ୍ରେସ ନେତା ମହେଶ୍ବର ଗୌଡ଼, ଯୁବନେତା ଟୁନା ସତପଥୀ, ଥିବା ବେଳେ ଗଞ୍ଜାମ ପୋୖରଞ୍ଚଳ ବରିଷ୍ଟ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଓ ସାମ୍ବାଦିକ ଲକ୍ଷ୍ମୀ ପାଢ଼ୀ ଉପସ୍ଥିତ ଥିଲେ। ଅନ୍ୟପଟେ ଆଜି ପ୍ରଶାସନ ତରଫରୁ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ,ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, ଗଞ୍ଜାମ ମେଡ଼ିକାଲ ଅଫିସର ଡାକ୍ତର ପ୍ରିୟଦର୍ଶନୀ ରାଉତରାୟ ପ୍ରମୁଖ ଗୁରୁତର ଅସୁସ୍ଥ ଯୁବକ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ । ଡାକ୍ତର ରାଉତଙ୍କ କହିବା ଅନୁସାରେ , ବର୍ତ୍ତମାନ ତାର ଗୋଡ଼ ଅବସ୍ଥା ବି ଠିକ ଅଛି , ଅସ୍ଥିଶଲ୍ୟ ବିଶେଷଙ୍କ ପରାମର୍ଶ ନେବାକୁ ପଡିବ ବୋଲି କହିଥିବା ବେଳେ ତହସିଲଦାର ସାହୁ ,ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବୁଝିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଯୋଗାଇ ଦିଆଯିବ ବୋଲି କହିଛନ୍ତି । ଗଞ୍ଜମ ଏନଏସି କାର୍ଯ୍ୟନିର୍ବାହୀ ଦାସ ତାଙ୍କର ନିଜସ୍ୱ ଜାଗା ନଥିବାରୁ, ତହସିଲଦାରଙ୍କୁ ଜଣାଇଛୁ ସରକାରୀ ଜାଗା ଯୋଗାଇଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦିଆଯିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ ରବି କୁମାର ପାତ୍ର, ଗୋଷ୍ଟି ସହାୟିକା ଅନିତା ଅଂଶୁମାଳି ସାହୁ, ଟେକ୍ସ କଲେକ୍ଟର ଲଷ୍ମୀ ପାଢୀ ଆନନ୍ଦ ବାରିକ ଉପସ୍ଥିତ ଥିଲେ । ସେହିପରି ପୂର୍ବତନ ସାଂସଦ ପ୍ରତିନିଧି ସୁଧୀର ପାଢ଼ୀ, ଯୁବନେତା ରାକେଶ ରଞ୍ଜନ ଦାଶ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More