ଦୁର୍ଘଟଣାରେ ଆହତ ଗୋରୁ ଗାଇଙ୍କ ଚିକିତ୍ସାରେ ଅବହେଳା କରୁଛି ପ୍ରାଣୀ ଚିକିତ୍ସାଳୟ : କାର୍ଯ୍ୟାନୁଷ୍ଠାନ ଦାବି

14

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) : ଏବେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ଆହତ ହେଉଥିବା ଗୋରୁ ଗାଇଙ୍କ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଉଛି। ଠିକ ସମୟରେ କେହି ଫୋନ ଉଠାଉନଥିବା କାରଣରୁ ଉପଯୁକ୍ତ ସେବାପାଇବାରୁ ଆହତ ଗୋରୁ ଗାଇ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଦେଖାଯାଉଛି। ଏପରି ଆହତଙ୍କର ଯତ୍ନ ନେବାକୁ ସଦର ର ସ୍ଥାନୀୟ ବୁଢ଼ାରଜା ଯୁବ ସମାଜସେବୀ ଙ୍କ ପକ୍ଷରୁ ଏକ ଛୋଟ ଗୋଶାଳାରେ ଯେଉଁଠି ବିଭିନ୍ନ ସ୍ଥାନ ରେ ଗାଡ଼ି ଧକ୍କା ରେ ଆହତ ହୋଇଥିବା ୩ ଗୋଟି ବାଛୁରୀଙ୍କୁ କିଛି ଚିକିତ୍ସା କରାଯାଉଛି କିନ୍ତୁ ଦୁଃଖରର ବିଷୟ ତାଙ୍କର ରହିବା ପାଇଁ ସେମିତିବିଶେଷ କିଛି ବ୍ୟବସ୍ଥା ନଥିବା ବେଳେ ଏକ ଜରିପାଳ ଘୋଡେ଼ଇ ଛୋଟ ଘର କରାଯାଇ ଦିନରାତି ସେବାରେ ନିୟୋଜିତ ରହିଛନ୍ତି ଅନୁଷ୍ଠାନର ସ୍ୱଚ୍ଛାସେବୀ । ଅନ୍ୟପକ୍ଷରେ ଜିଲ୍ଲା ପ୍ରାଣୀ ଚିକିତ୍ସକ ପ୍ରତି୨ ଦିନ ରେ ଥରେ ଆସି ଦେଖିବାକୁ ଆସିବେ ବୋଲି କହି ଫୋନ ଆଉ ଉଠାଉ ନଥିବାର ଅଭିଯୋଗ କରିଛନ୍ତି ସଭାପତି ଶିବ ଶଙ୍କର ନାଏକ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କାରେ ଆହତହୋଇ ଥିବା ଗାଈ ରାସ୍ତା କଡ଼ରେ ପଡ଼ିରହୁଥିବା ସମସ୍ତ ପ୍ରାଣୀଙ୍କୁ ଆଣିବାକୁ ଦରଦ ଅଛି ସିନା କିନ୍ତୁ ସାହାସ ହଉ ନାହିଁ ଚିକିତ୍ସା ପାଇଁ ଆଣିବାକୁ ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଶ୍ରୀ ନାଏକ । ଏ ସମସ୍ତ ବିଷୟରପ୍ରତି ଜିଲ୍ଲା ବାସୀ ତଥା ଜିଲ୍ଲା ପ୍ରଶାସନ ଗୁରୁତର ଭାବରେ ଧ୍ୟାନ ଦେବାକୁ ତଥା ଅବହେଳା କରୁଥିବା ପ୍ରାଣୀ ଚିକିତ୍ସାଳୟର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More