ଦୁର୍ଗାପୂଜା ପାଇଁ ଭୁବନେଶ୍ବର କଟକ ପୋଲିସ କମିଶନର ତରଫରୁ ପ୍ରସ୍ତୁତି ବୈଠକରେ ଡ଼ିଜେ, ମଦମୁକ୍ତି ଭାଷାଣିକୁ ଗୁରୁତ୍ୱ

32

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଭୁବନେଶ୍ୱର ପୋଲିସକମିଶନର ତରଫରୁ ମା ଧାକୁଲେଇଙ୍କ ପୀଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କଟକସଦର,ବାରଙ୍ଗ ଓ ବୈଆଳିସ ମୌଜା ଥାନା ଅନ୍ତର୍ଗତ ସମସ୍ତ ପୂଜା ମଣ୍ଡପରେ ସୁରୁଖୁରୁରେ ପୁଜା ପାଇଁ ଆଲୋଚନା କରାଯାଇଥିଲା।ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମଚାରୀ ମାନେ ବୈଠକରେ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ।ସଦର ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଟକ ADCP ଅନୀଲ ମିଶ୍ର, ସଂମାନିତ ଅତିଥି ଯୋନ 4 ACP ଚନ୍ଦନ ଘଡେଇ,ବାରଙ୍ଗ ଥାନା ଅଧିକାରୀ ଆକାଶ ରଣା,ସଦର ଥାନା ଅତିରିକ୍ତ IIC ରୀନା ମିଶ୍ର,ଗିରିସ ଚନ୍ଦ୍ର ମହାରଣା,ମହାନଗର ଶାନ୍ତି କମିଟି କର୍ମକର୍ତ୍ତା ଦେବେନ୍ଦ୍ର ସାହୁ,ଭିକାରୀ ଚରଣ ଦାସ,ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ ସାହୁ,ବିଜୟ ସାହୁ,ଗୋପାଳପୁର ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ଅନିଲରାଜ ଯୋଗଦେଇ ନିଜ ନିଜର ମତ ରଖିଥିଲେ ଯେପରି ଚଳିତ ଦୁର୍ଗା ପୂଜା ସୁରୁଖୁରୁରେ ସମାପନ ହୋଇପାରିବ।ଚଳିତ ପୂଜାରେ କିଭଳି ଡ଼ିଜେ ସାଉଣ୍ଡ କୁ ବାରଣ କରାଯାଇ ଛଅ ଗୋଟି ବକ୍ସ ସାଉଣ୍ଡ ଲାଗିବ ଓ ବଡ଼ ଗାଡି ଯଥା 407 କିମ୍ବା ଆଇଚର ଗାଡି ବ୍ୟବହାର ନକରି ଛୋଟ ଗାଡ଼ିରେ ସାଉଣ୍ଡ ନେବା ପାଇଁ ପୂଜା କମିଟିର ସଦସ୍ୟ ମାନଙ୍କୁ କୁହାଯାଇଛି।ପାରମ୍ପରିକ ବାଦ୍ୟ ନୃତ୍ୟକୁ ଅଗ୍ରାଧିକାର ଦେବାପାଇଁ କୁହାଯାଇଛି।ଭାଷାଣିରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ନଘଟିବା ପାଇଁ ନିଶାକୁ ବିରୋଧ କରାଯିବ ବୋଲି କହିଛନ୍ତି।18 ବର୍ଷରୁ କମ ବୟସ ପିଲାଙ୍କୁ ଭାଷାଣିରେ ବାରଣ କରିବାକୁ କୁହାଯାଇଛି।କଟକ ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More