ନବରଙ୍ଗପୁର(ସଂଘର୍ଷ ମିଡିଆ ) : ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ ମୈଦଲପୁର, ମାଝୀଗୁଡା ଓ ବାର୍ଲି ପଂଚାୟତ ରେ ପ୍ରାୟ 8/10 ଟି ଏମିତି ଗ୍ରାମ ଅଛି ଯାହାକି ପାହାଡ଼ ପର୍ବତ ଭିତରେ ବାସ କରି ଚଳି ଆସୁଛନ୍ତି ଅଞ୍ଚଳ ବାସି। ଆଜକୁ 15 ବର୍ଷ ରୁ ଉର୍ଦ୍ଧ ହେବ ରହି ଅସୁଥୁବା ବେଳେ ଏମାନଙ୍କ ନିକଟରେ ପହଂଚି ପାରୁନଥିଲା ମୌଳିକ ସୁବିଧା | ଧୀରେ ଧୀରେ ପ୍ରଶାସନ ଓ ଲୋକ ପ୍ରତିନିଧି ଙ୍କ ଚେଷ୍ଟା ରେ କିଛି ସୁବିଧା ମିଳିଥିବା ବେଳେ ପ୍ରାୟ 6 ଗୋଟି ଗ୍ରାମରେ ଏ ପର୍ଯ୍ୟନ୍ତ ପିଇବା ପାଣି ର ସୁବିଧା ନ ଥିବା ଯୋଗୁଁ ନାଳ ନର୍ଦ୍ଧମା ର ଦୂଷିତ ପାଣି ପିଇ ଆସୁଥିଲେ ଅଞ୍ଚଳବାସୀ | ଯାହା ଦ୍ୱାରା କି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ | ଆଜକୁ ବସତି ବସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୂଷିତ ପାଣିରେ ଶୋଷ ମେଣ୍ଟାଉ ଥିଲେ ଗ୍ରାମବାସୀ | ଏପରି ସ୍ଥଳେ ଡାବୁଗାଁ ଲୋକ ପ୍ରିୟ ବିଧାୟକ ଶ୍ରୀ ରନ୍ଧାରୀ ବିଛିନାଞ୍ଚଳ ପରିଦର୍ଶନ ରେ ଯାଇ ଦୁର୍ଗମ ଅଂଚଳରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଦୁର୍ଗମ ଅଂଚଳ ମୈଦଲପୁର ପଂଚାୟତର କୁସୁମ ଖୁଣ୍ଟା ର ସାନ୍ତା ସାହି, ପାଇକ ସାହି, ମାଝୀଗୁଡା ପଂଚାୟତର ଗୁଣ୍ଡି ଗୁଡା, ଡମୁ ଗୁଡା ଏବଂ ବାର୍ଲି ପଂଚାୟତର ମାଲି ଆମ୍ବ, ଛୁଇଁମାଟି ଏବଂ ଗୁଡ଼ ପlନିପଦର ଆଦି 7 ଟି ଜାଗାରେ ବୋରିଙ୍ଗ ଖୋଳିବାକୁ ନିର୍ଦେଶ ଦେଇଥିଲେ | ବୋରିଙ୍ଗ ଖୋଳିବା ପରେ ଆଜି ବିଧାୟକ ସହ ଏକ ଟିମ ଯାଇ ଉକ୍ତ ଗ୍ରାମରେ ଖୋଳା ଯାଇଥିବା ନୂତନ ବୋରୱେଲ ଗୁଡିକର ଶୁଭ ଉଦଘାଟନ କରିଥିଲେ |ଦୀର୍ଘ 20 ବର୍ଷ ବସତି ସ୍ଥାପନ ପରେ ସୋମବାର ନୂତନ ନଳକୂପ ଜଳର ସ୍ୱାଦ ଚାଖିବାକୁ ପାଇଛନ୍ତି ଏବଂ ମୁହଁରେ ହସ ଫୁଟିଛି ଗ୍ରାମବାସୀ ଙ୍କର | ନୂତନ ନଳକୂପ ପାଇଁ ଉକ୍ତ ବିଧାୟକ ଏବଂ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ବିଛିନ୍ନାଂଚଳରେ ଯେଉଁ ଯେଉଁ ସମସ୍ୟା ଅଛି ତାହାକୁ ଶୀଘ୍ର ସମାଧାନ କରାଯିବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ବିଧାୟକ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ,୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଜଶୋବନ୍ତ ନାୟକ ,ନବରଙ୍ଗପୁର ଜିଲ୍ଲା ବିଜେଡି ମିଡ଼ିଆ ସେଲ ସଭାପତି ପରେଶ ଜେନା, ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏପରି କାର୍ଯ୍ୟ ଯୋଗୁଁ ଜନପ୍ରତିନିଧି ମାନଙ୍କୁ ଓ ପ୍ରଶାସନକୁ ଏହି ଅଞ୍ଚଳ ବାସୀ ଭୁୟସି ପ୍ରଶଂସା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।