ଦୁବାଇରେ ପ୍ରାଣହରାଇଲେ କେନ୍ଦ୍ରାପଡ଼ାର ଯୁବକ

21

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କରୋନା ନେଇ ସାରା ଦେଶରେ ଅଚଳାବସ୍ଥା । ଅନ୍ୟଦେଶ ତ ଦୂରର କଥା ଦେଶ ଭିତରେ ଯାତାୟତ ବି ଅସମ୍ଭବ ହୋଇ ପଡ଼ିଛି । ଏହି ସମୟରେ ଦୁବାଇରେ କେନ୍ଦ୍ରାପଡ଼ା ଜିଲାର ଆଉ ଜଣେ ଯୁବକ କାମ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ଗତକାଲି ପଟାମୁଣ୍ଡାଇ ଅଞ୍ଚଳର ବାବାଜୀ ଚରଣ ସେଠୀ ନାମକ ଜଣେ ପାଣି ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହି ଜିଲାର ନିରଞ୍ଜନ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେମାନଙ୍କର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ନାହିଁ । ତେବେ ସେମାନଙ୍କର ସାଥୀରେ କାମ କରୁଥିବା ବ୍ୟକ୍ତିମାନେ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାରେ ଥିବା ସେମାନଙ୍କର ସମ୍ପର୍କୀୟଙ୍କୁ ଖବର ଦେବା ପରେ ଏହି ଘଟଣା ପଦାକୁ ଆସିଛି 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More