ଦୁଧୀଝରଣ ଗ୍ରାମ୍ୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ନିମ୍ନମାନ ନେଇ ଗ୍ରାମବାସୀଙ୍କ ସଂଗୀନ ଅଭିଯୋଗ

14

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ମୟୂରଭଂଜ ଜିଲ୍ଲାର କୁସୁମିତ ବ୍ଲକର ଦୁର୍ଗମ ବଣ ଜଙ୍ଗଲ ଘେରା ଅଂଚଳରେ ଥିବା ଦୁଧୀଝରଣ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ଚାଲିଛି । ରାଜ୍ୟ ଓଡ଼ିଶାରେ କେଜିରିଓ୍ବାଲଙ୍କ ମଡେଲ ଭଳି ଓଡ଼ିଶାର ବିଦ୍ୟାଳୟ ଗୁଡିକ ସ୍ମାର୍ଟ ବିଦ୍ୟାଳୟ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଶିକ୍ଷା ହିଁ ପ୍ରଗତିର ମାଇଲ ଖୁଣ୍ଟ । ହେଲେ ତଳ ସ୍ତରର ପ୍ରଶାସନ,ମନ୍ତ୍ରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ଫସର ଫାଟି ଯାଉଛି ।ଏଭଳି ଘଟଣା ଦେଖିବାକୁ ମିଳୁଛି ଦୁଧିଝରଣ ପ୍ରାଥମିକ ବିଦ୍ୟାଳୟରେ । ନିମ୍ନମାନର ସାମଗ୍ରୀ,ଇଟା ଲଗା ଯାଇ କାମ ହେଉଛି ।ଯାହାଫଳରେ ଭବିଷ୍ୟତରେ ଏହା ବିପଦ ସୃଷ୍ଟି କରିବ । ଏହାକୁ ନେଇ ଗ୍ରାମବାସୀ କୁସୁମି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ହେଲେ ପ୍ରଶାସନ ଆଜିଯାଏଁ କିଛି ପଦକ୍ଷେପ ନ‌ନେଇ ବସି ଯାଇଛି ।ଫଳରେ ଗ୍ରାମବାସୀ କିଛି ନ ପାଇ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ ଏବଂ ରାଜ୍ଯ ସରକାରଙ୍କୁ ଜଣାଇବା ପାଇଁ ସାହାଯ୍ୟ ଲୋଡୁଛନ୍ତି । ଜିଲ୍ଲାପାଳ ତୁରନ୍ତ ତଦନ୍ତ କରାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିନିମୟ ପ୍ରାର୍ଥନା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More