ଦୁଇ ମୋଷ୍ଟ ୱାଣ୍ଟେଡ ଅପରାଧୀ ଗିରଫ

14

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : କମିଶନରନେଟ ପୋଲିସ ଅଧୀନରେ ଥିବା ଜଟଣୀ ପୋଲିସର ବଡ଼ ସଫଳତା l ପାଞ୍ଚଟି ଜ଼ିଲ୍ଲାର ଦୁଇ ମୋଷ୍ଟୱାଣ୍ଟେଡ ଅପରାଧୀ MD ମୁସ୍ତlକ ଓ ବିଶ୍ୱଜିତ ପାଲଟାସିଂହକୁ ମାଡ଼ି ବସିଲା ଜଟଣୀ ପୋଲିସ l ପାଞ୍ଚ ଜ଼ିଲ୍ଲା ପୋଲିସ ଆଖିରେ ଧୂଳି ଦେଇ ବର୍ଷ ବର୍ଷ ଧରି ଅପରାଧ କରି ଫେରାର ଥିବା ଅପରାଧି ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳର ମୁସ୍ତାକ ଓ ବିଶ୍ୱଜିତକୁ ଶେଷରେ ଧରିବାକୁ ସକ୍ଷମ ହେଲା ଜଟଣୀ ପୋଲିସ l କିଛିଦିନ ହବ ଜଟଣୀ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ ଏହି ଦୁଇ କୁଖାତ ଅପରାଧୀ l ଏଇ ନେଇ କମିଶନରନେଟ ପୋଲିସ ପକ୍ଷରୁ ଜଟଣୀ ଥାନା ଏସ. ଆଇ. ନିରଞ୍ଜନ ଓଝାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ କରାଯାଇଥିଲା l ବିଶେଷ ସୂତ୍ରରୁ ଖବର ପାଇ ଏସ. ଆଇ. ନିରଞ୍ଜନ ଓଝା, ଏକ ଚୋରା ମଟରସାଇକେଲ ନେଇ ତରବୋଇ ଆଡକୁ ଯାଉଥିବା ବେଳେ ଦୁଇଜଣଙ୍କୁ ଧରିିଥିଲେ । ଏହି ଦୁଇ ଅପରାଧୀଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ନିମାପଡା,ଜଟଣୀ ଓ ସହିଦନଗର ପୋଲିସ ଷ୍ଟେସନରେ ଏକାଧିକ ବୋଲେରୋ ଗାଡି ଚୋରି କେସ୍ ଥିଲାବେଳେ ଜଟଣୀ ଥାନାରେ ଚାରୋଟି ବୋମା କେସ୍ ସହ ୧୫ରୁ ଉର୍ଦ୍ଧ୍ୱ ଚୋରି, ଲୁଟ କେସ୍ ଥିବା ପୋଲିସ କହିଛି l ସେହିଭଳି ପିପିଲି, ଡେଲାଙ୍ଗ, କଣାସ, ବୈଦେଶ୍ଵର ଥାନାରେ ଏକାଧିକ ମାମଲା ଥିବା ମଧ୍ୟ ଜଣାପଡିଛି l ଅନ୍ୟପଟେ ଦୁଇ ନାବାଳିକାଙ୍କୁ ବଳାତ୍କାର କରି ପୋକ୍ସୋ କେସ୍‌ରେ ଫେରାର ମଧ୍ୟ ଥିଲେ ଏହି ଦୁଇ ଅପରାଧି l ଦୁଇଜଣଙ୍କ ଠାରୁ ୬ ଟି ଦାମୀକିୟା ରେସିଂ ମୋଟରସାଇକେଲ ସହ ମୋବାଇଲ ଫୋନ ଜବତ କରିଛି ପୋଲିସ l ଦୁଇ ଅପରାଧିଙ୍କୁ କୋର୍ଟ ଚାଲାଣ କରିବା ସହ ଦରକାର ପଡିଲେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଜଟଣୀ ଥାନା ଆଇ. ଆଇ. ସି. ସୌମ୍ୟକାନ୍ତ ବଳିୟାରସିଂ କହିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More