ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ଆଗକୁ ଗଣପର୍ବ ରଜ ଓ ପବିତ୍ର ରଥଯାତ୍ରା ଆସୁଛି । ସାରା ସହର ,ପୁର ପଲ୍ଲୀ ସବୁ ଚଳ ଚଂଚଳ ଓ ଗହଳି ହେବାକୁ ଯାଉଛି ।ଏହାର ସୁଯୋଗକୁ ଅନେଇ ବସିଛନ୍ତି ଲୁଟେରା ଦଳ ।ବାମନଘାଟୀକୁ ଅଶାନ୍ତ କରୁଛନ୍ତି ଝାଡ଼ଖଣ୍ଡ , ଗଂଜାମ ଲୁଟେରା ଦଳ ।ଅଶାନ୍ତ ହେଉଛି ବାମନଘାଟୀ । ସୂଚନାଯୋଗ୍ୟ ଆଜି ଭୋର ସମୟରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଦୁବୁଲାବେଡା(ବିକାଶ ନଗର)ରେ ସକାଳ ୫.୪୫ ସମୟରେ ଜଗଦୀଶ ଚନ୍ଦ୍ର ବାରିକଙ୍କ ପତ୍ନୀ ଘରଦାଣ୍ଡ ଓଳାଉଥିବା ସମୟରେ କଳା ପଲସର ଚଳାଉଥିବା ଜଣେ ଲୁଟେରା ମାସ୍କ ଓ ହେଲମେଟ ପିନ୍ଧିଥିଲା ହଠାତ୍ ପହଞ୍ଚି ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ନେଇ ଦୃତ ଗତିରେ ଆସି ପଳାଇଥିବା । ସେହିଭଳି ରାଇରଙ୍ଗପୁର ସହରର କ୍ରାନ୍ତିନଗରରେ ରୁମ୍ପା ଘୋଷ ଏବଂ ତାଙ୍କ ସ୍ବାମୀ ରାମ ରଂଜନ ଦଣ୍ଡପାଟ ରାସ୍ତାକଡରେ ତାଙ୍କ କାର ପାଖରେ ନିଜର ଛୋଟ ଛୁଆକୁ କାଖେଇ ଥିବା ଅବସ୍ଥାରେ ହଠାତ୍ କଳା ପଲସରରେ ଜଣେ ମୋଟା ଲୋକ ହେଲମେଟ ଓ ମାସ୍ଖ ପିନ୍ଧିଥିଲା ସୁନା ଚେନ ଭାବି ସିଟି ଗୋଲ୍ଡ ହାରକୁ ଛିଡାଇ ନେଇ ଦୃତ ଗତିରେ ପଳାଇଥିଲା ।ବାଇକରେ ନମ୍ବର ପ୍ଲେଟ ନ ଥିଲା ।ଘଟଣାଟି ସକାଳ ୭ଟା ସମୟରେ ଘଟିଥିଲା । ଯାହାକୁ ନେଇ ସାରା ସହରବାସୀ ଭୟଭୀତ ହୋଇ ପଡ଼ିଥିଲେ । ଜଗଦୀଶ ବାରିକ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ଏକ ମାମଲା କେଶ ନମ୍ବର ୧୪୪/୨୨ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ରାଇରଙ୍ଗପୁରରୁ ନିରୋଜ କୁମାରଙ୍କ ରିପୋର୍ଟ ।