ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ; କେବେ ଗିରଫ ହେବେ ଦୋଷୀ ?

28

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ନରସିଂହପୁର ବ୍ଲକ ଅଧିନ ଯୋଡୁମୁ ସରପଞ୍ଚ ଲୁସି ପ୍ରଧାନଙ୍କର ସ୍ୱାମୀ ତଥା ପ୍ରତିନିଧି ପ୍ରଭଞ୍ଜନ ଭୋଇଙ୍କୁ ଶାସକ ଦଳର କିଛି କର୍ମୀ ନଭେମ୍ବର ସାତ ତାରିଖ ରାତ୍ରି ସମୟରେ ଓଡ଼ସିଙ୍ଗା ଗ୍ରାମରେ ଏକ ମେଲୋଡି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣା ରେ ସମ୍ପୃକ୍ତ ଥିବା ଯୋଡୁମୁ ସରପଞ୍ଚ ଙ୍କର ସ୍ୱାମୀ ପ୍ରଭଞ୍ଜନ ଙ୍କୁ ଯୋଡୁମୁ ଅଞ୍ଚଳର କିଛି ଶାସକ ଦଳର ଗୋଷ୍ଠୀ ମରଣାତ୍ମକ ମାଡ଼ ମାରିଥିଲେ। ଏ ସଂକ୍ରାନ୍ତରେ ପ୍ରଭଞ୍ଜନ ମେଡିକାଲ ଟିର୍ଟମେଣ୍ଟ ହୋଇ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ ଯୋଡୁମୁ ଅଞ୍ଚଳର ଅଜୟ ବିଶ୍ୱାଳ ଙ୍କ ସମେତ ଆଠ ଜଣ ସହଯୋଗୀଙ୍କ ନା ରେ ୨୩୮/୨୨ ରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ନରସିଂହପୁର ପୋଲିସ ଶାସକ ଦଳର ଚାପର ବଶବର୍ତ୍ତୀ ହୋଇ କେବଳ ମୁନା ଦାସଙ୍କୁ ଗିରଫ କରି ଚୁପ ବସିଯାଇଛି । ଯାହା ଫଳରେ ଆସାମୀ ମାନେ ଯୋଡୁମୁ ଅଞ୍ଚଳରେ ବୁଲି ସରପଞ୍ଚଙ୍କର ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାରର ଅଶାଳୀନ ମନ୍ତବ୍ୟ ସହ ଭୟ ପଦର୍ଶନ କରୁଥିବାର ପ୍ରତିନିଧି ପ୍ରଭଞ୍ଜନ ସୂଚନା ଦେଇଛନ୍ତି। ଏନେଇ ଯୋଡୁମୁ ସରପଞ୍ଚ ଲୁସି ପ୍ରଧାନ ସରପଞ୍ଚ ସଙ୍ଘର ସହଯୋଗ ଲୋଡିଥିଲେ । ସରପଞ୍ଚ ସଂଘର ସଭାପତି ରାଜକିଶୋର ରାଉତ ଙ୍କର ନିର୍ଦ୍ଦେଶରେ ରବିବାର ଦିନ ଆସାମୀଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଏକ ଦାବିପତ୍ର ଯୋଡୁମୁ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ସେଠିଙ୍କୁ ପ୍ରଦାନ କରିଛନ୍ତି। ଯଦି ଆଗାମୀ ଦିନରେ ଏତଲା ରେ ଦର୍ଶାଯାଇଥିବା ଆସାମୀ ମାନଙ୍କୁ ଗିରଫ କରାଯିବନାହିଁ ତେବେ ସରପଞ୍ଚ ସଙ୍ଘ ଓ ଯୋଡୁମୁ ପଂଚାୟତ ବାସୀ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More