ଦୁଇ ବାଇକ ମୁହାଁମୁହିଁ ଧକ୍କା, ୪ ଗୁରୁତର

17

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : – କାମାକ୍ଷାନଗର କଙ୍କଡାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଚୁନରଗଡି ଗାଁ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ୪ଆରୋହୀ ଗରୁତର l ଗୁରୁତରମାନେ ହେଲେ ଗଡପଳାସୁଣୀ ଗାଁର ରସାନନ୍ଦ ରାଉଳ ଓ ଦେବ ରାଉଳ, କିର୍ତ୍ତନପୁର ଗାଁର ଭାଗବତ ସିଂହ ଓ ନବିନ ସିଂହ l ଗଡପଳାସୁଣୀରୁ ବାଇକ ଯୋଗେ କଙ୍କଡାହାଡ଼ ଆଡକୁ ଆସୁଥିବାବେଳେ କଙ୍କଡାହାଡ଼ଆଡୁ କିର୍ତ୍ତନପୁର ଗାଁକୁ ଯାଉଥିବା ବାଇଖ ଆରୋହୀଙ୍କ ସହିତ ଚୁନରଗଡି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା l lଏଥିରେ ଦୁଇ ବାଇକର ୪ ଜଣ ଆରୋହୀ ଗୁରୁତର ହୋଇଥିଲେ l ଗୁରୁତରଙ୍କୁ କଙ୍କଡାହାଡ଼ ଅଗ୍ନୀଶମ ବାହିନୀ ଉଦ୍ଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ l ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More