ଦୁଇ ବାଇକ ମଧ୍ୟରେ ମୁଁହା ମୁଁହି ଧକ୍କା, ୩ ଗୁରୁତର

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – କଳସୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁଁହା ମୁଁହି ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ସିଲାଟି (uv15)ଗ୍ରାମର ମଧୁ ସରକାର (20)ଓ ମୁକେଶ ମଣ୍ଡଲ ଏକ ବାଇକ୍ ଯୋଗେ ନିଜ ଗାଁରୁ ଉମରକୋଟରେ ଚାଲିଥିବା ମାଁ ଠାକୁରାଣୀଙ୍କ କଳସି ଯାତ୍ରା ଦେଖିବାକୁ ଆସୁଥିଲେ। ସେପଟେ ମା ରୀନା ମଣ୍ଡଲ(43) ଓ ତାଙ୍କ ପୁଅ ନିଗମ ମଣ୍ଡଲ (22) ବାଇକ୍ ଯୋଗେ ଉମରକୋଟରୁ କଳସି ଦେଖି ରାତି ପ୍ରାୟ 8ଘଣ୍ଟା 15ମିନିଟ ସମୟରେ ନିଜ ଘର ଅଧିକାରୀଗୁଡା ଫେରୁଥିବା ସମୟରେ ଉମରକୋଟ ଓ ଅଧିକାରୀଗୁଡା ମଧ୍ୟରେ ଥିବା ଏକ ଧାନ ମିଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଏମ୍ବୁଲେନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ସେଠାରେ ରୀନା ମଣ୍ଡଲ, ନିଗମ ମଣ୍ଡଲ ଓ ମଧୁ ସରକାର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲଖ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ ଜବତ କରିବା ଦୁର୍ଘଟଣାର ତଦନ୍ତ ଜାରି ରଖିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More