ଦୁଇ ବର୍ଷ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ, ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ। ମାଙ୍କ ଆଗମନରେ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ।ରାଉରକେଲା ସହରରେ ମା କାଳୀଙ୍କ ପୂଜା ବିଭିନ୍ନ ପେଣ୍ଡାଲରେ ଅନୁଷ୍ଠିତ ହେଉଛି।ଦୀର୍ଘ ୨ ବର୍ଷ ପରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହେଉଥିବାରୁ ସହରବାସି ମାନଙ୍କ ମନ ଆନନ୍ଦଉଲ୍ଲାସ ରେ ଭରିଯାଇଚି । କୋଭିଡ଼ କଟକଣାରେ ପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ବେଶ୍‌ ଯାକଯକମରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି ।ପ୍ରଥମ ଦିନରେ ମାଙ୍କ ପାଖରେ ଚଣ୍ଡିପାଠ ସହ ବଳିଦାନ ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ମାଙ୍କ ପାଖରେ ସକାଳ ଦୀପ ଓ ରାତିରେ ଆଳତୀ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ବହୁ ସଂଖ୍ୟାରେ ଭକ୍ତମାନ ପହଞ୍ଚି ମାଙ୍କୁ ଦର୍ଶନ କରୁଛନ୍ତି । ରାଉରକେଲା ର ସେକ୍ଟର ୨୦,ଆମ୍ବାଗାନ ଇସ୍ପାତ ମାର୍କେଟ,ସେକ୍ଟର ୪,ସେକ୍ଟର ୧,ବାସନ୍ତୀ କଲୋନୀ ଆଦି ସ୍ଥାନରେ କାଳୀ ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି। ବାସନ୍ତୀ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଗତକାଲି ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଛୁଆ ଠାରୁ ବୁଢ଼ା ବୁଢ଼ୀ ସମସ୍ତେ ଖୁସିରେ ଭୋଜନ କରୁଥିବା ର ଦେଖିବାକୁ ମିଳିଥିଲା। ସଭାପତି ଶ୍ରୀ ଅଜୟ ରାଉତଙ୍କ ଦ୍ଵାରା ଏହି ପ୍ରସାଦ ସେବନ କର୍ଯ୍ୟକ୍ରମ୍ ଆୟୋଜନ ହୋଇଥିବା ବେଳେ ସମ୍ପାଦକ ବାଦଲ ଶତପଥୀ ଓ କାର୍ଯ୍ୟକାରୀ ସମ୍ପାଦକ ସୁରେଶ ନାୟକ ଙ୍କ ସହ କୁଞ୍ଜ ବିହାରୀ ପ୍ରଧାନ,ଦେବ ପ୍ରଧାନ, ସୁଶାନ୍ତ ସେଠି,ବଣ୍ଟି ,ପୁଷ୍ପକ,ରାହୁଲ, ଆଲୋକ,ଆକାଶ,କାଳିଆ,ବାବଲୁ ସାହୁ,ବାବୁ,ଅନନ୍ତ ପ୍ରମୁଖ ସହଯୋଗ କରିଥିଲେ।ରାଉରକେଲାରୁ କ୍ୟମେରମ୍ୟାନ୍ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More