ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

32

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଗତକାଲି ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ସମୟରେ ବାଇକ ଓ ମାରୁତି ଓମିନି ମଧ୍ୟରେ ( OD 03D 8586 ) ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ଯୋର ଗ୍ରାମର ରାମ ନାଥ ସାହୁ ବୋଲି ଜଣାପଡିଛି l ସୂଚନା ଅନୁସାରେ ଗତକାଲି ଅପରାହ୍ନ ରେ ମନମୁଣ୍ଡା ଥାନା ଅନ୍ତର୍ଗତ ପଲଶାଗୋରାରେ ଥିବା ମା ମାହେଶ୍ୱରୀ ପେଟ୍ରୋଲ ପମ୍ପ ନିକଟସ୍ଥ ଧାନଖଣ୍ଡି ଛକ ପାଖରେ ଏକ ଓମିନି ସହ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ବାଇକ ଆରୋହୀ ଜଣକ ଛିଟିକି ପଡି ଗୁରୁତର ହୋଇଥିଲେ l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୁ ପଠାଇଥିଲେ l ସେହିପରି ଗୁଡଭେଲିପଦର ନିକଟ ଖଜୁରୀ ବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି l ଗୁଡଭେଳିପଦର ଗ୍ରାମର ରାକେଶ ନାଏକ ତାଙ୍କ ପତ୍ନୀଙ୍କ ସହ ମନମୁଣ୍ଡା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ମନହରପୁର ଗ୍ରାମର ରଞ୍ଜିତ କଲତା ନିଜ ପୁଅ ସହ ଆସୁଥିବା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ରାକେଶ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More