ଦୁଇ ଦିବସୀୟ ଜାତୀୟ ହୋ ଲେଖକ ସମ୍ବିଳନୀ (୨୦୨୩)ଅନୁଷ୍ଠିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଆଦିବାସୀ ହୋ ଭାଷା ଲଗଲାନ କମିଟି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମେଳନୀ ୨୦୨୩ ଉଦ‌‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଜାନୁମ ସିଂ ସୋଏ ଯୋଗ ଦେଇଥଲେ। ସଂମାନିୟ ଅତିଥି ରୂପେ କେନ୍ଦୁଝର ମହିଳା ମହାବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରୋଫେସର ଡକ୍ଟର ଧର୍ମବୀର ସିଂ, ପର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି , ହିରଲା ଡବ୍ରୋ ବୁଡିଉଲି, ହୋ ଭାଷା ଆକନ କମିଟି ଅଧକ୍ଷ ହରିଲା ଦିବାକର ସୋଏ ଯୋଗ ଦେଇଥଲେ। କଏରା ସିଂ ବାନଆ ଅତିଥି ପରିଚୟ କରି ଥିବା ବେଳେ ଦୁଷରୁବୁଡ଼ିଉଲି ମଞ୍ଚ ପରିଚାଳନା କରି ଥଲେ। ଦୁଇ ଦିବସୀୟ କାର୍ଯ୍ୟ କ୍ରମର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଜାନୁମ ସିଂ ସୋଏଙ୍କୁ ଆଦିବାସୀ ହୋ ସମ୍ପ୍ରଦାୟର ଲୋକ ମାନେ ପାରମ୍ପରିକ ନୃତ୍ୟ କରି ସ୍ୱାଗତ କରି ପାଛୋଟି ଆଣି ସଭାସ୍ଥଳକୁନେଇ ଯାଇଥିଲେ। ସଭା ଆରମ୍ଭରେ ମୁଖ୍ୟ ଅତିଥି ଆଦିବାସୀ ହୋ ଭାଷା ବାରଙ୍ଗ ଚିତି ଲିପି ସ୍ରଷ୍ଟା କୁଳଗୁରୁ ଲାକ ବଦ୍ରାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି ମାଲ୍ୟାର୍ପଣ କରିଥିଲେ। ଏହା ପରେ କମିଟି ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥଲା। ଆଗାମୀ ଦିନରେ ଓଡ଼ିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜଭାଷା ମାନ୍ୟତା ଦାବି ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ତେଣୁ ହୋ ସମୁଦାୟର ଲୋକମାନଙ୍କୁ ନିଜ ଲିପି, ସାହିତ୍ୟ, ସଂସ୍କୃତିର ଉନ୍ନତି କ୍ଷେତ୍ରରେ ସଜାଗ ରହିବା ସହ ତାଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି କହିଥଲେ। ଏହା ପରେ ଝାରଖଣ୍ଡ, ବିହାର, ପଶ୍ଚିମ ବଙ୍ଗ, ଆସାମରୁ ଆସି ଥିବା ହୋ ଭାଷା ସାହିତ୍ୟକାର ଓ କବି ମାନେ ନିଜ ରଚିତ ପାଠ ଗୁଡିକ ଗୀତ ଓ କବିତା ମାଧ୍ୟମରେ ପରିବେଷଣ କରିଥଲେ ଓ ତାଙ୍କ ମଧ୍ୟରେ ପ୍ରତିଯୋଗିତା ର ଆୟୋଜନ କରାଯାଇଥଲା। ରବିବାର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ହୋ ଭାଷା ବାରଙ୍ଗ ଚିତି ଲିପି ଉଲଗଳାନ କମିଟିର ସମ୍ପାଦକ ଧାନୀ ଗୋଇପାଇ, ସଭାପତି ଦୁଷରୁଜେରାଇ, ରାମଚରନ ଗୋଡ଼ସୋରା, ଚଦ୍ରମୋହନ ତିରିୟା, ଅଧ୍ୟାପକ ମଥରା ଅଳଦା, ଘନଶ୍ୟାମ ପିଙ୍ଗୁଆ, ଜଲେନ ବାରଦା, ଦେବରଞନ ମେଲଗଣ, ବଡି ବିଜୟ ପ୍ରକାଶ ପିଙ୍ଗୁଆ, ସେଲାଏ ପୁରର୍ତ୍ତିୂ , ରଙ୍ଗଲାଲ ପୁର୍ତ୍ତିୂ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More