କଟକ(ସଂଘର୍ଷ ମିଡିଆ) : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ବିମାନ ବନ୍ଦର ରେ ପହଞ୍ଚିଛନ୍ତି। ତାଙ୍କ ସାଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି । ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଅମିତ ଶାହା ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି। ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ପରିଦର୍ଶନ କରିବା ସହିତ ନେତାଜୀ ଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି କରିଥିଲେ। କଟକର ଇଣ୍ଡୋରଷ୍ଟାଡିଅମରେ ପ୍ରଜାତନ୍ତ୍ର ର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ଅମିତ ଶାହା ଙ୍କ କଟକ ଗସ୍ତ ସମୟରେ ଲିଙ୍କରୋଡ୍ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ ପ୍ରଶଂସକ ମାନେ ହାତରେ ତିରଙ୍ଗା ଧରିବା ସହ ଶହ ଶହ ସମର୍ଥକ ତାଙ୍କୁ ସ୍ବାଗତ ଜଣାଇଥିଲେ। କିଛି ସମୟ ରହଣିରେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଗ୍ରହଣ କରିଥିଲେ ଶାହା।କଟକ ଗସ୍ତ ସାରି ଅପରାହ୍ନ ରେ ଭୁବନେଶ୍ୱରରେ ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ମେ ଫେୟାର ଠାରେ ମୋଦି @20 ଡ୍ରିମ୍ସ୍ ମିଟ୍ ଡେଲିଭରି ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।
Get real time updates directly on you device, subscribe now.