ଦୁଇ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଡକାୟତି ଯୋଜନା କରୁଥିବାବେଳେ ଚନ୍ଦନପୁର ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଥିବାବେଳେ ୩ଜଣ ଫେରାର୍ ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ମାଳିବାଲିଆର ରାଜୁନା ଓରଫ ରାଜେଶ ମହାପାତ୍ର(୨୭), ମାନା ଓରଫ ସନ୍ତୋଷ ମହାପାତ୍ର(୨୪) । ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଦେଶୀବନ୍ଧୁକ, ଗୋଟିଏ ଅଫୁଟାଗୁଳି, ଲଙ୍କାଗୁଣ୍ଡ ପ୍ୟାକେଟ୍‌, ଟର୍ଚ୍ଚଲାଇଟ୍ ଆଦି ଜବତ ହୋଇଛି । ଏନେଇ ଚନ୍ଦନପୁର ପୁଲିସ ଏକ ମାମଲା(ନଂ-୧୭୭/୨୩) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ଶନିବାର ବିଳମ୍ବିତ ରାତି ସାଢ଼େ ୧୨ଟା ସମୟରେ ସମଯାଜପୁର ଓଭରବ୍ରିଜ୍ ନିକଟରେ ୫ଜଣ ଦୁର୍ବୃତ୍ତ ବସି ଡକାୟତି ଯୋଜନା କରୁଥିଲେ । ଏସମ୍ପର୍କରେ ଖବରପାଇ ଚନ୍ଦନପୁର ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା । ସେଠାରୁ ଦୁଇଜଣ ଧରାପଡ଼ିଥିବାବେଳେ ୩ଜଣ ଖସିଯାଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ ପୁଲିସ ସେମାନଙ୍କୁ ଜେରା କରିଥିଲା । ଦାମୋଦରପୁର ବଜାରରେ ଥିବା ଏକ ଗହଣା ଦୋକାନରୁ ଡକାୟତି କରିବାକୁ ଏମାନେ ଯୋଜନା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More