ଦୁଇ ଝିଅଙ୍କ ସମ୍ମୁଖରେ ଚାଲିଗଲା ବାପା, ମାଙ୍କ ଜୀବନ

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକର ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ସାରି ଗୋଟିଏ ପରିବାରର ବାପା, ମାଁ ଓ ଦୁଇ ଝିଅ ଦୁଇଟି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ରାଣିତାଲ ଛକ ନିକଟରେ ଟ୍ରଲର ଧକ୍କା ଦେବା ଫଳରେ ଗୋଟିଏ ବାଇକରେ ବସିଥିବା ବାପା,ମାଙ୍କ ଘଟଣା ସ୍ଥଳରେ ଦୁଇ ଝିଅଙ୍କ ସମ୍ମୁଖରେ ଚାଲିଗଲା ଜୀବନ। ଆରଡିରୁ ଦର୍ଶନ ସାରି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳର ବାହାନଗା ବୋଗଲପୁର ଅଞ୍ଚଳର ବୈକୁଣ୍ଠ ରାଉତ ୫୪ ବର୍ଷ ଓ କୁଞଲତା ରାଉତ ୪୪ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଭଦ୍ରକ ମେଡିକାଲ ରେ ଶୋକାତୁର ପରିବେଶ ସୃଷ୍ଟି ହୋଇଥିଲା ବେଳେ ପୋଲିସ ଟ୍ରଲରକୁ ଜବତ୍ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More