ଦୁଇ ଚୋରଙ୍କୁ କାବୁକରି ପୋଲିସରେ ଜିମା ଦେଲେ ଗ୍ରାମବାସୀ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ଜାତୀୟ ସମ୍ପତିକୁ ଚୋରି କରୁଥିଲେ ଦୁଇ ଚୋର, ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଲେ ଧରା।ଦୁଇ ଚୋରଙ୍କୁ ଧରି ଲୋକେ ଦେଲେ ପୋଲିସକୁ ଜିମା ଦେଇଛନ୍ତି ।ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଲାସପୁର ମେହେରୁଣି ପୋଲ ଦେଇଯାଇଥିବା ବୁଲାନିଆ ରାସ୍ତା ଯୋଗୁଁ ରାସ୍ତା ପାର୍ଶ୍ବରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଲୁହାବାଡ଼ ଦିଆଯାଇଥିବା ବେଳେ ଚୋରଙ୍କ ନଜର ପଡ଼ିଥିଲା ଉକ୍ତ ଲୁହାବାଡ଼ ଉପରେ । ଗତ କିଛି ଦିନ ହେବ ପାଣା ସାହାଯ୍ୟରେ ଉକ୍ତ ରାସ୍ତା କଡ଼ରେ ଥିବା ଲୁହାବାଡ଼ରୁ ନଟ ଖୋଲି ଚୋରି କରି ନେଉଥିଲେ। ସକାଳୁ ଦିନେ ବିଲାସପୁର ଗ୍ରାମର ଅବସର ପ୍ରାପ୍ତ ସୈନିକ ସୁବେଦାର ଲଳିତ ସାହୁ ଏହା ଦେଖି ସେ ନିଜ ଫେସ୍ବୁବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଗତକାଲି ଦୁଇଚୋର ଦିନ ତିନିଘଣ୍ଟା ସମୟରେ ପୁଣି ଚୋରି କରୁଥିବା ସମୟରେ ଭୁଇସାହି ଗ୍ରାମର କିଛି ଯୁବକ ଦେଖି ଅଟକ ରଖିଥିଲେ ଓ ତାଙ୍କ ବ୍ୟାଗରେ ରାସ୍ତା କଡର ଲୁହା ଖଣ୍ଡ ନଟ ,ଚୋରି ପାଇଁ ବ୍ୟବହାର କରୁଥିବା କଟର ,ପାନା ଆଦିଦେଖି ମନ ମୁଣ୍ଡା ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଚୋର କୁ ଥାନା କୁ ଆଣି ପଚରା ଉଚରା କରିଥିଲା ।ପୋଲିସ ଆଗରେ ସତ ମାନିଥିଲେ ଦୁଇ ଦୁର୍ବୃତ୍ତ।ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ସଦର ସୋନପୁର ସହରର ଲକି ବଗର୍ତ୍ତୀ ଓ କାର୍ତ୍ତିକ ଥନାପତି ବୋଲି ଜଣା ପଡିଛି।ଆସନ୍ତାକାଲି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମନମୁଣ୍ଡା ଥାନାଧିକାରୀ ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More