ନରସିଂହପୁର(ସଂଘର୍ଷ ନ୍ୟୁଜ୍) : ନରସିଂହପୁର ଥାନା ଅଧିକାରୀଙ୍କ ବଦଳି ଦାବି ନେଇ ବଡବାରେଣା ଗ୍ରାମବାସୀଙ୍କ ପୋଲିସ ଷ୍ଟେସସନ ଘେରାଉ। ଘଟଣାରୁ ପ୍ରକାଶ ଯେ, ବନ୍ଧକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଲାଗି ରହିଛି ଗୋଷ୍ଠୀ ସଂଘର୍ଷ। ନରସିଂହପୁର ବ୍ଲକ ବନ୍ଧହୁଡା ପଞ୍ଚାୟତର ବଡବାରେଣା ଓ ଆଲରା ପଞ୍ଚାୟତରେ ଲେମ୍ବୋ ଗ୍ରାମ ମଧ୍ୟରେ ଅଦୈତପଣ୍ଡା ବନ୍ଧକୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ବିବାଦ। ଆଉ ଏହି ବିବାଦ ଏବେ ପହଞ୍ଚିଛି ଉଚ୍ଚ ନ୍ୟାୟଳୟରେ। ଗତକାଲି ଏହି ଗୋଷ୍ଠୀ ସଂଘର୍ଷରେ ବଡବାରେଣା ଗ୍ରାମର ଜୈନିକ ବ୍ୟକ୍ତି ଆହାତ ହୋଇଥିବା ବେଳେ ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ନପହଞ୍ଚିବାକୁ ନେଇ ଗ୍ରାମରେ ଦେଖା ଦେଇଥିଲା ଉତ୍ତେଜନା। ପୂର୍ବରୁ ମଧ୍ୟ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ଗ୍ରାମର ୧୦ ରୁ ୧୨ ଜଣ ଆହତ ହୋଇଥିବା ବେଳେ ପୋଲିସ କୈଣସି ପଦକ୍ଷେପ ନ ନେବା ଏବଂ ଲେମ୍ବୋ ଗ୍ରାମବାସୀଙ୍କୁ ସମର୍ଥନ କରିବାକୁ ନେଇ ବଡବାରେଣା ଗ୍ରାମବାସୀ ବଦଳି ଦାବି କରିଛନ୍ତି। ଆଜି ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କ ବଦଳି ଦାବୀକରି ଥାନା ଘେରାଉ କରିଛନ୍ତି। ବାରମ୍ବାର ଉକ୍ତ ଥାନା ଅଧିକାରୀଙ୍କ ବଦଳି ଦାବୀନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହେଉଥିଲେ ମଧ୍ୟ ତାଙ୍କୁ କାହିଁକି ଏଠାରୁ ବଦଳି କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଘଟଣା ସ୍ଥଳରେ ଆଠଗଡ ଉପଖଣ୍ଡ ଅଧିକାରୀ ପହଞ୍ଚି ଉକ୍ତ ବନ୍ଧରେ ୧୪୪ ଧାରା ଜାରି କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗ୍ରାମରେ ପୋଲିସ ମୃତୟନ କରାଯାଇଛି। ସରକାର କହୁଛନ୍ତି ଗଣତନ୍ତ୍ରର ଆତ୍ମା ସାଧାରଣ ଜନତା ଆଉ ଏହି ସାଧାରଣ ଲୋକଙ୍କ ଟଙ୍କାରେ ଦରମା ପାଉଛନ୍ତି ପୋଲିସ ଅଧିକାରୀ ତେବେ ପୋଲିସ ଅଧିକାରୀ ଜଣଙ୍କ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ପକ୍ଷପାତିତା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ। ତେବେ ଜିଲ୍ଲା ପ୍ରଶାସନ ଏଭଳି ଲାଞ୍ଚଖିଆ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ନରସିଂହପୁରରୁ ସଂଜୟୀ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।