ଦୁଇବର୍ଷ ପରେ ମଞ୍ଚକୁ ଓଲ୍ଲାଇଲା ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ

29

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଜିର ଦୁନିଆଁରେ ଓଡ଼ିଶାରେ ଯାତ୍ରାର ଡିମାଣ୍ଟ ଯୁବକ ଯୁବତୀ ମାନଙ୍କ କ୍ଷେତ୍ରରେ ବହୁତ ମାତ୍ରାରେ ଦେଖିବାକୁ ମିଳିଛି। ଦିର୍ଘ ଦୁଇବର୍ଷ ହେବ କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ଯାତ୍ରା ବନ୍ଦ୍ ରହିଥିବା ବେଳେ ଚଳିତ ବର୍ଷ ଯାତ୍ରା ପାର୍ଟି ଗୁଡିକ ପେଣ୍ଡାଲ କୁ ଓଲ୍ଲାଇଛନ୍ତି। ଯାତ୍ରା ଦେଖିବା ପାଇଁ ଲୋକମାନଙ୍କ ମନରେ ବହୁତ ଆନନ୍ଦ ଉଛାହ ମଧ୍ୟ ଦେଖିବାକୁ ମିଳିଛି। ଯୁବକ, ଯୁବତୀ, ମହିଳା ଓ ପୁରୁଷମାନେ ଟିକେଟ କାଉଁଟରରେ ନିଜ ନିଜର ଟିକେଟ ନେଇ ଯାତ୍ରା ଟେଣ୍ଟ ଭିତରକୁ ପ୍ରବେଶ କରିଥାନ୍ତି। ଯାତ୍ରା କଳାକାର ମାନଙ୍କର ନିଖୁଣ ଅଭିନୟରେ ଦର୍ଶକମାନଙ୍କୁ ନାଟକ ସରିବା ଯାଏ ବାନ୍ଧି ରଖିଥାନ୍ତି। ଓଡ଼ିଶାରେ ଯାତ୍ରାର ଡିମାଣ୍ଟ ଏତେ ପରିମାଣରେ ବଢିଯାଇଛି ହଜାର ହଜାର ଲୋକମାନେ ଅନିଦ୍ରା ହୋଇ ଯାତ୍ରା ଦେଖିବାକୁ ଆସିଥାନ୍ତି। ଆମ ପ୍ରତିନିଧି ପହଂଚିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଯାତ୍ରା ପେଣ୍ଡାଲରେ ଯେଉଁଠି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ମନଲୋଭା ନାଟକ ସାଙ୍ଗକୁ ରେକର୍ଡ ଡାନ୍ସର ତାଳେ ତାଳେ ଦର୍ଶକ ଝୁମୁଥିବା ଦେଖିବାକୁ ମିଳିଛି। ଯାତ୍ରା କଳାକାର ମାନଙ୍କ ଅଭିନୟ ରେ ଦର୍ଶକମାନେ ଝୁମିବା ସହିତ ନିଜର ପୁରୁଣା ଦୁଃଖକୁ ପାସୋରି ମନୋରଞ୍ଜନର ପୁରା ମଜା ଉଠାଇଥିଲେ। ସୁଣନ୍ତୁ କଣ କହୁଛନ୍ତି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ନାୟକ ସଞ୍ଜୟ। ପୂର୍ବଦିନ ଅପେକ୍ଷା ଆଜିର ଦିନରେ ଯାତ୍ରା କଳାକାର ମାନଙ୍କୁ ବହୁତ ସମ୍ମାନ ମଧ୍ୟ ମିଳୁଛି। ସିନେମା ଓ ସିରିଏଲରେ ଅଭିନୟ କରୁଥିବା କଳାକାରମାନେ ଏବେ ଯାତ୍ରା ମୁହାଁ ହେଉଛନ୍ତି କିନ୍ତୁ ଯାତ୍ରା ଦୁନିଆଁରେ ପାଦ ଥାପିଥିବା କଳାକାର ମାନେ ମଞ୍ଚରେ ଅଭିନୟ କରି ଦର୍ଶକମାନଙ୍କୁ ଖୁସି କରାଇଥାନ୍ତି ସତ କିନ୍ତୁ ସେମାନେ ବର୍ଷସାରା ଏ ଗାଁ ସେଗାଁ ବୁଲି ବୁଲି ଅଭିନୟ କରିଥାନ୍ତି ବାସ୍ତବରେ ସେମାନଙ୍କ ପିଲାମାନେ ମାଆ ଓ ବାପାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୁଅନ୍ତି। କଳାକାର ଟିଏ ପେଣ୍ଟିଙ୍କି ରୁମରେ ମୁହଁରେ ସ୍ନୋହ ପାଉଟର ମାଖିହୋଇ ସାମ୍ନାରେ ବସିଥିବା ଅଗଣିତ ଦର୍ଶକଙ୍କୁ ଖୁସି କରିବାପାଇଁ ଅଭିନୟ କରିଥାନ୍ତି ସେହି କଳାକାରର ଦେହ ଯଦି ଖରାପ ହୁଏ ସେହି ସମୟରେ ତାଙ୍କୁ ଅଭିନୟ କରିବାକୁ ହିଁ ପଡ଼ିଥାଏ। ଆମ ସହିତ ଅଛନ୍ତି ଦର୍ଶକ ମାନଙ୍କୁ କନ୍ଦାଉଥିବା କଳିଙ୍ଗ ଗଣନାଟ୍ୟର ହୃଦୟ ଷ୍ପର୍ଶି ନାୟିକା ମାମା। ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More