ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ ଅନୁଷ୍ଠିତ

12

Get real time updates directly on you device, subscribe now.

ପାରାଦ୍ୱୀପ(ସଂଘର୍ଷ ମିଡିଆ) : -ପାରାଦ୍ୱୀପ ଠାରେ ଦୁଇ ଦିନ ବ୍ୟାପି ମିଳିତ ସମରା ଭ୍ୟାସ ସାଗର କବଚ -୨୦୨୩ ଅନୁଷ୍ଠିତ ହେଉଅଛି।ବିଭିନ୍ନ ଆକ୍ରମଣ ଘଟଣା ପରେ ଉପକୂଳବର୍ତି ଅଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦେଶକୁ ସୁରକ୍ଷା ଦେବାକୁ ପ୍ରତ୍ୟେକ ବର୍ଷ ଭଳି ମିଳିତ ସମରାଭ୍ୟାସ କରାଯାଉଛି। ଏହି ସମରାଭ୍ୟାସ ରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ , ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ପାରାଦ୍ଵୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି। ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କୁ ନେଇ ରେଡ୍ ଟିମ୍ ସମୁଦ୍ର ଜଳପଥ ଦେଇ ସ୍ଥଳ ଭାଗକୁ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିବେ। ଏହା ଦ୍ବାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହିତ ବାହ୍ୟ ଶତୃଙ୍କ ମୁକାବିଲା କରିବା ପାଇଁ ସହାୟକ ହେବ। ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ଦୁଇଦିନ ବ୍ୟାପି ମିଳିତ ସମରାଭ୍ୟାସ ଆସନ୍ତା କାଲି ସନ୍ଧ୍ୟା ୭ ଟା ରେ ଶେଷ ହେବ ବୋଲି ଜଣାପଡିଛି। ତେବେ ଆଜି ସକାଳୁ ବ୍ଲୁ ଟିମ୍ ରେଡ୍ ଟିମ୍ ର ୪ଜଣ ସନ୍ଦିଗ୍ଧ କୁ ଧରିବା ପରେ ତାଙ୍କ ଠାରୁ ଅଫୁଟା ୪ଟି ବମ୍ ଜବତ ହୋଇଛି। ତେବେ ପାରାଦୀପ ମେରାଇନ୍ ପୋଲିସ ପହଂଚି ସନ୍ଦିଗ୍ଧ ୪ଜଣ ଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ବ୍ଲୁ ଟିମ୍ ସମୁଦ୍ର ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚଢ଼ାଉ ଜାରୀ ରଖିଛି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More