ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ, ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ଉମିଦ ସଂଗଠନର ମିଳିତ ସହଯୋଗରେ ଆକ୍ସନଏଡ ଇଣ୍ଡିଆ ସହାୟତାରେ ଭଣ୍ଡାରି ପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ମଞ୍ଜୁରୀ ରୋଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଦେଢ଼ ଲକ୍ଷ ଟଙ୍କାର ଦୁଇଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି।ଏହାଦ୍ବାରା କରୋନା ରେ ସଂକ୍ରମିତ ରୋଗୀ କୁ ଏହି ମେସିନ ଦ୍ବାରା ସ୍ୱାଶକ୍ରୀୟା ଜନିତ ସମସ୍ୟା ଦୂର କରାଯାଇ ପାରିବ।ଆକ୍ସନଏଡ ଇଣ୍ଡିଆର ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ବିଏନ୍ ଦୁର୍ଗା, ଶୁଭେନ୍ଦୁ କୁମାର ରାୟ, ଓଡ଼ିଶା ବିକଳାଙ୍ଗ ମଞ୍ଚ ର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ ପ୍ରମୁଖ ଭଣ୍ଡାରି ପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା କମଳାକାନ୍ତ ସ୍ୱାଇଁ, ବ୍ଲକ୍ ପୋଗ୍ରମ ମ୍ୟାନେଜର ରସ୍ମିରେଖା ପୃଷ୍ଟି, ବିଡିଏମ୍ ଶୁଭ୍ରା ଗାଙ୍ଗୁଲି, ବିଏମ୍ ରଞ୍ଜିତ ବରାଳ, ସୁପରଭାଇଜର ମନୋରଞ୍ଜନ ରାଉତ, ଫାର୍ମାସିଷ୍ଟ ପଙ୍କଜ କୁମାର ବେହେରା, କର୍ମଚାରୀ ଲଲାଟ ପାଢ଼ୀ ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଉମିଦ ସଂଗଠନର ମୁଖ୍ୟ ଆକ୍ସନଏଡ ଓ ବିକଳାଙ୍ଗ ମଞ୍ଚକୁ ଧନ୍ୟବାଦ ଦେଇଥିଲେ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।