ଦୁଃଖ ଦେବ ମାଦୁର୍ଗାଙ୍କ ପାର୍ବଣ

16

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି ( ସଂଘର୍ଷ ମିଡିଆ ) : ଦୁର୍ଗା ପୂଜା ପାର୍ବଣ ଆସିଲେ ଉତ୍ସବ ମୁଖର ହୋଇଉଠେ ଦେବୀ ପିଠ ଗୁଡିକ।.ପୀଠ ସ୍ଥଳରେ ଶ୍ରଦ୍ଧାଳୁଙ୍କ ଭିଡ ସାଙ୍ଗକୁ ସାଜ ସଜା ଓ ଆଲୋକ ମାଳ ସହ ଦୋକାନ ବଜାର। ଏହା ସାଙ୍ଗକୁ କେଉଁଠି ଫୁଟେ ମାନସିକ ବାଣ ତ ଆଉ କେଉଁଠି ଆତସ ବାଜୀ ପ୍ରତିଯୋଗିତା ରେ ପ୍ରକମ୍ପିତ ହୋଇଉଠେ ପୂଜା ସ୍ଥଳ ଗୁଡିକ। ଘରେ ଘରେ ପିଠା ପଣା ସାଙ୍ଗକୁ ଦୂର ଦୁରାନ୍ତ ବନ୍ଧୁ ବାନ୍ଧବ ଙ୍କ ଆସର ଜମେ । ଚଳିତ ବର୍ଷ ଏହି ଦୁର୍ଗା ପୂଜାର ପାର୍ବଣ ସତେ ଯେମିତି କୋରନା କଟକଣା ପାଇଁ ଭରି ଦେଇଛି ଦୁଃଖ। ଦେବୀ ପୀଠ ସ୍ଥଳ ଗୁଡିକ ରେ ହେବ ନାଇଁ ସାଜ ସଜା ର ଆଲୋକକମାଳା କି ବସିବନି ଦୋକାନ ବଜାର ଏପରି କି ଫୁଟିବନି ଆତସ ବାଜୀ । ମାଙ୍କୁ ଦର୍ଶନ କରିପାରିବେନି ଭକ୍ତ ମାନେ । କୋଭିଡ ନିୟମ ପାଇଁ ସବୁଥିରେ ଲାଗିଛି ରୋକ। ଯାହାକି କଡାକଡି ଭାବେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡଖିରି ଗ୍ରାମ ବିଂଶଭୂଜା ଦୁର୍ଗା ମଣ୍ଡପ ର ଭକ୍ତ ମଣ୍ଡଳୀ ।ଏଠାରେ ପ୍ରତି ବର୍ଷ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ସାଜ ସଜା ସାଙ୍ଗକୁ ଦୋକାନ ବଜାର ଭିଡ ଜମେ। ଏହା ସହ ମାନସିକ ବାଣ ସାଙ୍ଗକୁ ହୋଇଥାଏ ଆତସବାଜି ର ପ୍ରତିଯୋଗିତା। ଯାହାକି ଚଳିତ ବର୍ଷ କୋଭିଡ଼ ନୀୟମ ପାଳନ କରି ଏହି ସବୁ କାରିଦିଆ ଯାଇଛି ବନ୍ଦ। ଯେଉଁଠି ୭୦ ଜଣ ସେବାୟତ ଲାଗୁଥିଲେ ସେଠାରେ ମାତ୍ର ୭ ଜଣ ସେବାୟତଙ୍କୁ ନେଇ ନିୟମ ମାନି ନିତିକାନ୍ତରେ କରାଯିବ ମାଙ୍କ ପୂଜାପାଠ । ଏହାସହ ଏଠାରେ ଚଳିତବର୍ଷ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ ତାହା ନିୟମ ମାନି ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ଭକ୍ତ ମଣ୍ଡଳୀ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More