କୋଟପାଡ଼(ସଂଘର୍ଷ ନିୟୁଜ ) : କୋରାପୁଟ ଜିଲ୍ଲା ର କୋଟପାଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ଦୁଃଖ ଦୁର୍ଦଶା ଅବସ୍ଥାରେ ପଡ଼ି ରହିଛନ୍ତି କୁଷ୍ଠ ରୋଗୀ l ଜିଲ୍ଲା ରେ ନା ରହିଛି ତାଙ୍କ ପାଇଁ ସ୍ୱତନ୍ତ୍ର କୁଷ୍ଠ କଲୋନୀ ନା ପାଉଛନ୍ତି ପ୍ରଶାସନ ଦ୍ୱାରା କିଛି ସୁବିଧା, ଭୋକ ଉପାସ ରେ ଦିନ ଅତିବାହିତ କରୁଛନ୍ତି କୁଷ୍ଠ ରୋଗୀ l ବିଗତ ଦିନରେ ବସଷ୍ଟାଣ୍ଡ, ବିଭିନ୍ନ ମନ୍ଦିର ପରିସର ରେ ଭିକ୍ଷାବୃତ୍ତି କରିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା କିନ୍ତୁ ଦୁଇବର୍ଷ ହେଲା କୋରାନ କଟକଣା ଯୋଗୁଁ ବସସେବା ଓ ମନ୍ଦିର ସବୁ ବନ୍ଦ ରହି ଥିବା ବେଳେ ତାଙ୍କ ଜୀବନ ଜୀବିକା ଉପରେ ବହୁତ ବଡ଼ ପ୍ରଭାବ ପଡିଛି l ଏଭଳି କିଛି ଖବର ସାମ୍ନାକୁ ଆସିଛି କୋଟପାଡ଼ ବ୍ଲକ ଚାନ୍ଦିଲି ପଂଚାୟତ ଦେଉଡ଼ା ଜଙ୍ଗଲ ରେ, କୋଟପାଡ଼ ଅଂଚଳ ରେ ପ୍ରଶାସନ ଦ୍ୱାରା କୁଷ୍ଠ କୋଲାନୀ ର କିଛି ବ୍ୟବସ୍ଥା ନଥିବା ଯୋଗୁଁ ନିଜ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି କୁଷ୍ଠ ରୋଗୀ l ସମାଜ ରୁ ବାଛନ୍ଦ ହୋଇପଡ଼ି ରହିଛନ୍ତି ଦେଉଡ଼ା ଜଙ୍ଗଲ ର ଝlଡ଼େଶ୍ୱର ମନ୍ଦିର ପରିସର ଯାହାକି ଛତିଶଗଡ ସୀମାରେ ଅବସ୍ଥିତ ଏବଂ ଘଞ୍ଚ ଜଙ୍ଗଲ ରେ ପରିପୂର୍ଣ, ଛୋଟ ଛୋଟ ଝୋପଡି କୁଡ଼ିଆ କରି ସେଠାରେ ରହୁଛନ୍ତି ପ୍ରାୟ 20 ରୁ 25 ଜଣ ମହିଳା ଓ ପୁରୁଷ କୁଷ୍ଠ ରୋଗୀ l ଛତିଶଗଡ ର ଜଣେ ସ୍ୱେଚ୍ଛାସେବୀ ମହିଳା ଶ୍ରୀମତୀ ବିଜୟୀ ଲଷ୍ମୀ ଦାନୀ ନିଜ ସମ୍ବଳ ରେ କୁଷ୍ଠ ରୋଗୀଙ୍କ ପାଇଁ କିଛି ଛୋଟିଆ ଛୋଟିଆ ଗୃହ ମଧ୍ୟ ନିର୍ମାଣ କରିଛନ୍ତି ଓ କରିଛନ୍ତି କିଛି ସାହାଯ୍ୟ କିନ୍ତୁ ତହl ଯଥେଷ୍ଟ ନୁହେଁ l ମନ୍ଦିର ପରିସର ରେ କୁଷ୍ଠ ରୋଗୀ ମାନେ ଭିକ୍ଷାବୃତ୍ତି କରି ତାଙ୍କ ଜୀବନ ଅତିବାହିତ କରୁଥିଲେ, ହେଲେ କରୋନା କୋଟକଣl ଯୋଗୁଁ ଝlଡ଼େଶ୍ୱର ମନ୍ଦିର ପ୍ରାୟ ଦେଢ଼ବର୍ଷ ହେବ ବନ୍ଦ ପଡ଼ି ରହିଥିବା ବେଳେ ସେଠାକୁ ନା ଦେଖିବାକୁ ମିଳୁଛି ଭକ୍ତଙ୍କ ଭିଡ଼, ନା ମିଳୁଛି କୁଷ୍ଟ ରୋଗୀଙ୍କୁ ମୁଠାଏ ଚାଉଳ ର ଦାନା l ଅକାଳ ପରିସ୍ଥିତି ର ସାମ୍ନାକରିବା କରିବା ସହ ଭୋକ ଅପାସରେ ବାଧ୍ୟହୋଇ ଦିନ କାଟୁଛନ୍ତି କୁଷ୍ଟ ରୋଗୀ l କିଛି ସମାଜ ସେଵୀ ଏମାନଙ୍କ ଦାରୁଣ ପରିସ୍ଥିତି କୁ ଅନୁଧ୍ୟାନ କରି ସମୟ ସମୟ ରେ କିଛି ଶୁଖିଲା ଖାଦ୍ୟ ଜଗାଉଛନ୍ତି କିନ୍ତୁ ଓଡିଶା ପ୍ରଶାସନ ଦ୍ୱାରା କିଛି ସୁବିଧା ମିଳିବା ନଜରକୁ ଆସୁନାହିଁ l ପ୍ରଶାସନ କିପରି ଭାବରେ ଚୁପ ରହିଛି ତାହା ଦେଖିବା ଦୁର୍ଭାଗ୍ୟଜନକ, ଏଣେ ରାଜ୍ୟ ସରକାର (NLEP) ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ରେ ବି କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି, ଖାଲି କାଗଜ କଲମ ରେ ଚାଲିଛି ବ୍ୟବସ୍ଥା ନା କୁଷ୍ଠ ରୋଗୀ କୁ ମିଳୁଛି କୁଷ୍ଠ ଔଷଧ( MDT), ନା ମିଳୁଛି ପିନ୍ଧିବାକୁ କୁଷ୍ଠ ରୋଗୀଙ୍କ ସ୍ୱତନ୍ତ୍ର ଚୋପଲ( MCR) l ଓଡିଶା ରାଜ୍ୟରେ କୁଷ୍ଠ ମୁକ୍ତହେବାର ଭୁଲ ତଥ୍ୟ (SLO) ରାଜ୍ୟ କୁଷ୍ଠ ଅଧିକାରୀଙ୍କୁ ଦର୍ଶାଉଛନ୍ତି ଯାହାକି ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହିନ ଅଟେ lଏଣେ ରାଜ୍ୟ ରେ କୁଷ୍ଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣି l ନା ଚିକିତ୍ସା ହେଉଛି ନୁଆ ରୋଗୀଙ୍କ ନା ଚିକିତ୍ସା ହେଉଛି ପୁରୁଣା ରୋଗୀ ଙ୍କ, ଖାଲି ସବୁ ହେଉଛି ଫୋଟ ଓ କାଗକ କଲମରେ l ଏନେଇ ରାଜ୍ୟ କୁଷ୍ଷ୍ କଲ୍ୟାଣ ସମିତି ଦ୍ୱାରା ମାନନୀୟ ଉଚ୍ଚ ନ୍ୟାୟାଳୟ ରେ ପିଟିସନ ମଧ୍ୟ ଦାୟର କରାଯାଇଛି ଏବଂ ମୁଖ୍ୟ ବିଚାରପତି ଡାକ୍ତର. ଏସ.ମୁରଲୀଧରନ ଓ ବିଚାରପତି ଶ୍ରୀ ଏସ. କେ. ପାଣିଗ୍ରାହୀ ଙ୍କ ଖଣ୍ଡପୀଠ ଏହାର ବିଚାର କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ (NLEP) କାର୍ଯ୍ୟକ୍ରମ ର ରୂପାୟନ ଉପରେ ପ୍ରଶ୍ନ ଉଠେଇବା ସହ, ରାଜ୍ୟ ରେ ରହିଥିବା କୁଷ୍ଟ କୋଲନି ଫୋଟ, ସଠିକ ତଥ୍ୟ, କୁଷ୍ଠ ରୋଗୀ ଙ୍କ ଯତ୍ନ ପାଇଁ ସରକାର ଙ୍କ ଦ୍ୱାରା ଦିଆଯାଇନଥିବା ନିଯୁକ୍ତି ଯଥା ଡ୍ରେସର, ପାରାମେଡିକାଲ ୱlର୍କର(PMW), ଫିଜିଓଥେରେପିଷ୍ଟ, ସୁପରଭାଇଜର ନିଯୁକ୍ତି ପାଇଥିବା ର ତଥ୍ୟ ଓ ପ୍ରମାଣ ମାନନୀୟ ଉଛ ନ୍ୟାୟାଳୟ ସାମ୍ନାରେ ଉପସ୍ଥାପନା କରିବା ର ଆଦେଶ ଦେବା ସହ କୁଷ୍ଠ ପ୍ରଶିକ୍ଷିତ ପାରା ମେଡିକାଲ ୱାରକେରଙ୍କୁ ନିଯୁକ୍ତି କରି ଅଭିବୃଦ୍ଧି ହେଉଥିବା କୁଷ୍ଟ ରୋଗ ର ନିରାକାରଣ ଏବଂ ରୋଗୀଙ୍କ ଯତ୍ନ ଉଦେଶ୍ୟ ରେ ଏକ ଆଦେଶ ଦେଇଛନ୍ତି l ଦେଖିବାରେ ବାକି ରହିଲା ରାଜ୍ୟ ସରକାର ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ଅlଦେଶ କୁ କିଭଳି ଫଳପ୍ରଦ କରୁଛନ୍ତି ଓ କୁଷ୍ଠ ରୋଗୀଙ୍କ ସମସ୍ୟା ର ସମାଧାନ କରୁଛନ୍ତି l କୋଟପାଡ଼ ରୁ କ୍ୟାମେରା ମ୍ୟାନ ସଞ୍ଜୟ ଙ୍କ ସହ ଜି ବି ରାଜ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ.