ଦୀର୍ଘ ୬ ମାସ ପରେ କିଛି ସମୟ ପାଇଁ ଖୋଲିଲା କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମୁଖ୍ୟ ଫାଟକ

35

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କୋଭିଡ୍ କଟକଣା ପାଇଁ ଦୀର୍ଘ ୬ ମାସ ପରେ କିଛି ସମୟ ପାଇଁ ଖୋଲିଲା କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମୁଖ୍ୟ ଫାଟକ । ମନ୍ଦିରରେ ଶାରଦୀୟ ପୂଜା ଥିବାରୁ ଘଟ ପୂଜା ପାଇଁ ଆଜି ନିଆଯାଇଛି । ଆଉ ଘଟ ସ୍ଥାପନ କରାଯାଇ ଷୋଡଷ ପୂଜା କରାଯିବ। ତେବେ ସ୍ଥାନୀୟ ପୋଲିସ,ମନ୍ଦିର କମିଟି ଏବଂ ସେବାୟତ ମାନେ ମୁଖ୍ୟ ଫାଟକ ଖୋଲିଥିଲେ। ଦୀର୍ଘ ମାସ ହେବ ମା ଙ୍କ ଦର୍ଶନ ପାଇ ନ ଥିବାରୁ ଶ୍ରଦ୍ଧାଳୁ ମାନେ ବ୍ୟାକୁଳ ହୋଇ ରହିଥିଲେ। ଫାଟକ ଖୋଲିବା ପୁର୍ବରୁ ମାଙ୍କୁ ଟିକେ ଦର୍ଶନ କରିବା ପାଇଁ ଭିଡ ଜମାଇଥିଲେ । ଅବଶ୍ୟ ସମସ୍ତଙ୍କ ମୁହଁରେ ମାସ୍କ୍ ରହିଥିଲା । ଘଟ ସ୍ଥାପନା ପରେ ଆସନ୍ତାକାଲି ଠାରୁ ମା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ ସରକାରଙ୍କ ନିକଟରେ ବିଚାରଧୀନ ଥିବାରୁ କୌଣସି ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ନାହିଁ। ଖାଲି ପରମ୍ପରାକୁ ବଜାୟ ରଖିବା ପାଇଁ ମାଙ୍କ ପୂଜାବିଧି କରାଯିବ ବୋଲି ସୂଚନା ମିଳିଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More